ରହେଁ ନା ରହେଁ ହମ ମେହେକା କରେଁଙ୍ଗେ … ପଞ୍ଚଭୂତରେ ମିଶିଗଲେ କୋକିଳ କଣ୍ଠୀ

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଭାରତର ବୁଲବୁଲ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ, କ୍ରିକେଟର ସଚିନ ତେନ୍ଦୁଲକର, ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ ଓ ସଙ୍ଗୀତ ଜଗତର ଅନେକ ମହାରଥୀ ଲତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।

ଆଜି ୯୨ ବର୍ଷରେ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିଲା । ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଖି ବୁଜିଥିଲେ ଲତା । ଏହାପରେ ପେଡର ରୋଡ ବାସଭବନରେ ଲତାଙ୍କର ଶେଷଦର୍ଶନ କରିଥିଲେ ତାଙ୍କର ପ୍ରିୟଜନ । ଏହାପରେ ବିଶାଳ ଶୋଭାଯାତ୍ରାରେ ଦିଦିଙ୍କ ପାର୍ଥିବ ଶରୀରରୁ ଶିବାଜୀ ପାର୍କକୁ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.