କାଦମ୍ବିନୀ ପକ୍ଷରୁ ଲତା ଓ ଦାମୋଦରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର(କେନ୍ୟୁଜ୍): ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସ୍କର ଓ ଓଡ଼ିଶାର ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଦାମୋଦର ହୋତାଙ୍କ ପରଲୋକରେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ଓ କୁନିକଥା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜି ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସାହିତ୍ୟିିକ ବସନ୍ତ ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ, ସାହିତ୍ୟିକ ବିଜୟ ନାୟକ, ଧନଞ୍ଜୟ ସ୍ୱଇଁ, କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, ଶାନ୍ତିଲତା ବାରିକ, ସଙ୍ଗୀତା ଗୋସାଇଁ, ଆଦ୍ୟାଶା ଦାସ, ଛନ୍ଦା ମିଶ୍ର, ଅର୍ଣ୍ଣବ ପଣ୍ଡା, ପ୍ରିତିନନ୍ଦା ରାଉତରାୟ, ଅଭିନେତା ତଥା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏସନ୍‌ ସମ୍ପାଦକ ଦିଲ୍ଲିପ ହାଲି, ସଂଳାପକାର ଡ. ରଜନୀ ରଞ୍ଜନ ପ୍ରମୁଖ ଯୋଗଦେଇ ନୀରବ ପ୍ରାର୍ଥନା କରିବା ସହ ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ଯୋଗ ଦେଇଥିବା କଣ୍ଠଶିଳ୍ପୀମାନେ ସଂଗୀତ ମାଧ୍ୟମରେ ସ୍ୱର ସାମ୍ରାଜ୍ଞୀ ଏବଂ ସଙ୍ଗୀତଜ୍ଞ ଦାମୋଦର ହୋତାଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ମଧ୍ୟ ସ୍ୱର୍ଗତ ଲତା ମଙ୍ଗେସ୍କର ଓ ଦାମୋଦର ହୋତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

You might also like