Below header

କଶ୍ମୀର ସହିତ ଥିଲା ବିଜୁ ପଟ୍ଟନାୟକଙ୍କ ସମ୍ବେଦନଶୀଳତା,  ରାଜ୍ୟ ସଭାରେ ପ୍ରସଙ୍ଗ ଉଠାଇାଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଓ ଏହାର ବିଭାଜନ ବିଲ୍‌କୁ ସମର୍ଥନ କରିଛି ବିଜେଡି। ଧାରା ୩୭୦ ଉଚ୍ଛେଦ ନେଇ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଜମ୍ମୁ କଶ୍ମୀର ଏବେ ଭାରତର ଏକ ଅଂଶ ବିଶେଷ ହୋଇଛି। ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ଦେଶର ଅଖଣ୍ଡତା ଓ ଏକତାକୁ ଦଳ ପ୍ରାଥମିକତା ଦେଇଛି। ଜମ୍ମୁ କଶ୍ମୀର ପୁନର୍ଗଠନ ବିଲକୁ ମଧ୍ୟ ସମର୍ଥନ ଜଣାଇଛି ବିଜେଡି। ଜମ୍ମୁ କଶ୍ମୀର ଏବେ ତାର ମୂଳ ସ୍ୱରୂପକୁ ଫେରି ପାଇବ।

ଜମ୍ମୁ କଶ୍ମୀରର ସାମଗ୍ରିକ ବିକାଶ ପାଇଁ ଓଡିଶା ସବୁବେଳେ ଅଗ୍ରାଧିକାର ଦେଇଆସିଛି। ସେଠାରେ ସେନାକୁ ସଶକ୍ତ କରାଇବାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ବିଜୁ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ। ୧୯୪୭ ମସିହା ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ କଶ୍ମୀର ଉପରେ ଆକ୍ରମଣ କରିବା ଭାରତୀୟ ସେନା କଶ୍ମୀର ଗସ୍ତ କରିଥିଲା। ୧୯୪୭ ଅକ୍ଟୋବର ୨୭ ତାରିଖରେ ବିଜୁ ପଟ୍ଟନାୟକ ପ୍ରତିକୂଳ ପରିସ୍ଥିତିରେ ଡାକୋଟା ବିମାନରେ ସେଠାରେ ଶିଖ ରେଜିମେଣ୍ଟର ଯବାନଙ୍କୁ ଓହ୍ଲାଇଥିଲେ। କଶ୍ମୀର ବିମାନଘାଟିକୁ ଭାରତୀୟ ସେନା ନିଜ ନିୟନ୍ତ୍ରଣକୁ ନେବା ପରେ କଶ୍ମୀରକୁ ପର୍ଯ୍ୟାୟ କ୍ରମେ ଗସ୍ତ କରିଥିଲେ ଭାରତୀୟ ସେନା। ଏହା ପରଠାରୁ ଜମ୍ମୁ କଶ୍ମୀରରେ ସ୍ଥିତିକୁ ସୁଧାରିଥିଲେ। ଏବେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି ବିଜେଡି ଜମ୍ମୁ କଶ୍ମୀର ପ୍ରତି ନିଜ ସମ୍ବେଦନଶୀଳତା ପ୍ରକାଶ କରିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.