ମୁଣ୍ଡରେ ହାତ ଦେଇ କାନ୍ଦୁଛି ପାକିସ୍ତାନ, ମୋଦି ସରାକାରଙ୍କ ୩୭୦ ଉଚ୍ଛେଦ ପରେ ପାକିସ୍ତାନର ହେଲା ଏମିତି ଦଶା

ମୋଦି ସରକାରଙ୍କ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ଐତିହାସିକ ନିଷ୍ପତି ପରେ ମୁଣ୍ଡରେ ହାତ ଦେଇ କାନ୍ଦୁଛି ପାକିସ୍ତାନ । ରାଜ୍ୟ ସଭାରେ ଅମିତି ସାହା ଏହାର ବିଧେୟକଟି ଜାରି କଲା ବେଳେ ପାକିସ୍ତାନର ଅର୍ଥନୀତିରେ ବଡ ଧରଣର ପରିବର୍ତ୍ତନ ହୋଇଛି। ପାକିସ୍ତାନ ସେୟାର ବଜାର ଚଳିତ ବର୍ଷର ସବୁଠାରୁ ବଡ କ୍ଷତି ହୋଇଥିବାର ଦର୍ଶାଇଛି । ପାକିସ୍ତାନର ପ୍ରମୁଖ ବେଞ୍ଚମାର୍କ ଇଣ୍ଡେକ୍ସ କେଏସଇ-୧୦୦ ପାଖାପାଖି ୬୦୦ ସଂଖ୍ୟା ଖସି ୩୧ ହଜାର ୧୦୦ ସ୍ଥାର ପର୍ଯ୍ୟନ୍ତ ଆସିଯାଇଛି। ଏହା ପୂର୍ବ କାରବାର ତୁଳନାରେ ପାଖାପାଖି ୧.୭୫ ପ୍ରତିଶତରୁ ଅଧିକ ତଳକୁ ଖସିଆସିଛି।

ଅମିତ ଶାହା ରାଜ୍ୟସଭାରେ ଲଦାଖକୁ କେନ୍ଦ୍ର ଶାସିତ ପ୍ରଦେଶର ଘେଷଣା କରିଥିଲେ,ଯେଉଁଠାରେ ଚଣ୍ଡିଗଡ ତରଫରୁ ବିଧାନସଭା ହେବନାହିଁ। ଶାହା ରାଜ୍ୟସଭାରେ ଘେଷଣା କରିଥିଲେ ଯେ ଜମ୍ମୁ ଓ କଶ୍ମୀର ଡିଭିଜନ  ଏକ ଅଲଗା କେନ୍ଦ୍ର ଶାସିତ ରାଜ୍ୟ ହେବ। ଯାହା ଦିଲ୍ଲୀ ଓ ପୁଡୁଚେରୀ ପରି ବିଧାନସଭା ହେବ। ଏହି ଖବର ପ୍ରସାରଣ ପରେ ଶେୟାର ବଜାର ସୂଚକାଙ୍କ ତଳକୁ ଖସି ଆସିଛି