ଏଠାରେ ମାଗଣାରେ ମିଳୁଛି ଘର ଆଉ କ୍ୟାଶ୍‌ ବୋନସ୍‌, ବାସ୍‌ ସର୍ତ୍ତ ଗୋଟିଏ, ଦମ୍ପତିଙ୍କର ଛୁଆ ହେବା ନିହାତି ଜରୁରୀ!

ଇଟାଲିର ଏକ ସହରରେ ରହିବା ପାଇଁ ମାଗଣାରେ ଘର ଆଉ କ୍ୟାଶ ବୋନସ୍‌ ମିଳୁଛି। କିନ୍ତୁ ସର୍ତ୍ତ ଗୋଟିଏ ରହିଛି, ଅଞ୍ଚଳକୁ ଆସୁଥିବା ଦମ୍ପତିଙ୍କର ଛୁଆ ହେବା ନିହାତି ଜରୁରୀ। ଶୁଣିବାକୁ ମିଳୁଛି, ସହରରେ ଜନସଂଖ୍ୟା ଏବେ ହ୍ରାସ ପାଇବାରେ ଲାଗିଛି, ଯେଉଁଥିପାଇଁ ଏଠାରେ ଅନେକ ଘର ଖାଲି ପଡ଼ିଛି। ତେଣୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଆକର୍ଷଣୀୟ ଯୋଜନା ଆରମ୍ଭ କରାଯାଇଛି।

ଏହାସହ ପଢ଼ନ୍ତୁ: ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ଏହି ଗରିଲାର ଭିଡିଓ, ତା’ର ଅଜବ ଈଶାରା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ଏହି ସହରରେ ସୂର୍ଯ୍ୟାସ୍ତର ଦୃଶ୍ୟ ବହୁତ ସୁନ୍ଦର ଅଟେ ଏବଂ ଏଠାକାର ଏକ ଲମ୍ବା ଇତିହାସ ମଧ୍ୟ ରହିଛି। ତଥାପି ଏଠାରେ ଲୋକସଂଖ୍ୟା କମ୍‌ ହେବାରେ ଲାଗିଥିବାରୁ ବଡ଼ ବଡ଼ ଘର ସବୁ ଖାଲି ପଡ଼ିଛି। ତେଣୁ ମେୟର ଏହି ଐତିହାସିକ କେନ୍ଦ୍ରରେ ଥିବା ଘରଗୁଡ଼ିକୁ ବିକ୍ରି କରିବାକୁ ଚାହୁଁଛନ୍ତି। ପରିତ୍ୟକ୍ତ ଘରଗୁଡ଼ିକର ମାଲିକମାନଙ୍କୁ କୁହାଯାଇଛି, ସେମାନେ ନିଜ ଖାଲି ଘରର ଚାବି ମେୟରଙ୍କୁ ଦାଖଲ କରନ୍ତୁ। ଯାହାଫଳରେ ଘରଗୁଡ଼ିକୁ ଆବଶ୍ୟକତା ଥିବା ଲୋକଙ୍କୁ ଦିଆଯାଇ ପାରିବ ଏବଂ ଅଞ୍ଚଳରେ ଲୋକସଂଖ୍ୟା ବଢ଼ାଯାଇ ପାରିବ। ଏଠାକୁ ଆସିବା ପରେ ଯେଉଁ ଦମ୍ପତିଙ୍କର ସନ୍ତାନ ଜନ୍ମ ହେବ, ସେମାନଙ୍କୁ ନଗଦ ବୋନସ୍‌ ମଧ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି।

ଏହାସହ ପଢ଼ନ୍ତୁ: ମେଶିନ କହିବା ଆଗରୁ ଏହି ମହିଳା ପ୍ରଥମେ ଜାଣିପାରନ୍ତି ଦୁନିଆର କେଉଁ ସ୍ଥାନରେ ହେଲା ‘ଭୂମିକମ୍ପ’

ଏଠାରେ ଆଉ ଏକ ସର୍ତ୍ତ ରହିଛି, ଯେଉଁମାନେ ଏଠାକୁ ଆସି ରହିବେ, ସେମାନେ ଆଗାମୀ ୩ ବର୍ଷ ଭିତରେ ଘରକୁ ନବୀକରଣ କରିବେ। ନବୀକରଣ ପୂରଣ ହେବା ପରେ ହିଁ ଡିପୋଜିଟ୍‌ କରାଯାଇଥିବା ପଇସା ଫେରସ୍ତ କରାଯିବ। ବିଲ୍ଡିଂକୁ ଫ୍ୟାମିଲି ହୋମ୍‌, ଶପ୍‌ କିମ୍ବା ରେସ୍ତୋରାଁ ଭଳି ବିଜିନେସ୍‌ରେ ବଦଳାଇ ଦିଆଯିବ। ଆଉ ସେହିମାନଙ୍କୁ ହିଁ ଏଥିରେ ପ୍ରାଥମିକତା ଦିଆଯିବ, ଯେଉଁମାନଙ୍କର ଗୋଟିଏ ଛୁଆ ଜନ୍ମ ହେବ। ଏଠାକୁ ଆସିବା ପରେ ଯେଉଁ ଯୋଡ଼ିଙ୍କର ଛୁଆ ଜନ୍ମ ହେବ, ସେମାନଙ୍କୁ ୮୬୫ ପାଉଣ୍ଡ ନଗଦ ବୋନସ୍‌ ଦିଆଯିବ। ମେୟରଙ୍କ କହିବା ହେଲା, ଏହି ସହର ପାଖାପାଖି ୩,୨୦୦ ଫୁଟ ଉଚ୍ଚରେ ରହିଛି ଏବଂ ଏହା ଏକ ଜୀବନ୍ତ ସ୍ଥାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.