‘ପାନିପତ୍‌’ର ଟ୍ରେଲର ରିଲିଜ୍‌, ରୟାଲ୍‌ ଅନ୍ଦାଜ୍‌ରେ ନଜର ଆସିଲେ ଅର୍ଜୁନ୍‌ ଓ ସଞ୍ଜୟ

ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ପାନିପତ୍‌ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ଦେଖିବା ପରେ ଯେକୌଣସି ବ୍ୟକ୍ତିର ଲୋମ ଟାଙ୍କୁରି ଉଠିବ। ଫିଲ୍ମରେ ବୀରତା ଓ ଯୁଦ୍ଧର କାହାଣୀ ବର୍ଣ୍ଣନା କରାଯାଇଛି। ପାନିପତ୍‌ର କାହାଣୀ ବୀରତାର କାହାଣୀ ପ୍ରଦର୍ଶିତ କରୁଛି। ମାତ୍ର କିଛି ସମୟ ପୂର୍ବରୁ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ଏବେ ପର୍ଯ୍ୟନ୍ତ ୧ଲକ୍ଷରୁ ଅଧିକ ଥର ଦେଖି ସାରିଲେଣି।

ଫିଲ୍ମରେ ଅର୍ଜୁନ କପୁର, ସଞ୍ଜୟ ଦତ୍ତ, କୃତି ସେନନ୍‌ଙ୍କୁ ଦେଖିବାକୁ ମିଳିବ। ଅର୍ଜୁନ କପୁର ସଦାଶିବ ରାଓ ଭାଉଙ୍କ ଭୂମିକାରେ ନଜର ଆସୁଥିବା ବେଳେ ସଞ୍ଜୟ ଦତ୍ତ ଅହମ୍ମଦ ଶାହ ଅବ୍ଦାଲୀଙ୍କ ଭୂମିକାରେ ନଜର ଆସିବେ। ସେହିପରି କୃତି ସନନ ସଦାଶିବ ରାଓଙ୍କ ପତ୍ନୀ ପାର୍ବତୀ ବାଇ ଭୂମିକାରେ ଅଭିନୟ କରୁଛନ୍ତି। ଅର୍ଜୁନ କପୁର ଜଣେ ଯୋଦ୍ଧା ରୂପରେ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ସଞ୍ଜୟ ଦତ୍ତଙ୍କୁ ଖଳନାୟକ ଅବତାରରେ ଦେଖିବାକୁ ମିଳିବ। ସଞ୍ଜୟ ଦତ୍ତଙ୍କ ଅହମ୍ମଦ ଶାହ ଅବ୍ଦାଲୀ ଲୁକ୍‌ ବେଶ୍‌ ଚମତ୍କାର ହୋଇଛି।

ଦେଖନ୍ତୁ ଟ୍ରେଲର:

ଟ୍ରେଲରର ଆରମ୍ଭରେ ଏକ ଯୁଦ୍ଧ ହେଉଥିବା ଦେଖିବାକୁ ମିଳିଛି। ସେଥିରେ ଅର୍ଜୁନ କପୁରଙ୍କୁ ବୀରତା ପାଇଁ ସମ୍ମାନିତ କରାଯାଉଛି। ହିନ୍ଦୁସ୍ତାନ୍‌ ଉପରେ ମରାଠାମାନଙ୍କର ରାଜ୍‌ ଦେଖି ଅହମ୍ମଦ ଶାହ ଅବ୍ଦାଲୀଙ୍କୁ ନିମନ୍ତ୍ରଣ କରାଯାଇଛି। ଫିଲ୍ମରେ କୃତି ସେନନ୍‌ ମଧ୍ୟ ତଲଓ୍ଵାର ଚାଳନା କରୁଥିବା ନଜର ଆସିଛି।

ଏହାସହ ପଢ଼ନ୍ତୁ: ବଲିଉଡ୍‌ ଡିଭା ଦିଶା ପଟାନୀ କଲେ ଫଟୋ ସେସନ୍‌, ଭିଡିଓ ଦେଖି ଫ୍ୟାନ୍‌ ହେଲେ ଫିଦା

ଆଶୁତୋଷ ଗୋବରିକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୧୭୬୧ ମସିହାର ତୃତୀୟ ପାନିପତ୍‌ ଯୁଦ୍ଧ ଉପରେ ଆଧାରିତ। ଏହି ଯୁଦ୍ଧ ମରାଠା ଓ ଦୁର୍ଗାନୀଙ୍କ ମଧ୍ୟରେ ହୋଇଥିଲା। ତେବେ ଫିଲ୍ମଟିକୁ ସୁନିତା ଗୋବରିକର ଓ ରୋହିତ ଶେଲାଟକର ନିର୍ମାଣ କରୁଛନ୍ତି। ଆସନ୍ତା ଡିସେମ୍ବର ୬ ତାରିଖରେ ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.