Below header

ପେଟ ଭୋକ ଆଗରେ ହାର ମାନିଗଲା ମାତୃତ୍ୱ : ମାତ୍ର ତିନି ହଜାର ଟଙ୍କାରେ ଅଢେଇ ମାସର ଶିଶୁ ବିକ୍ରି କଲେ ମାତାପିତା

ଭୋକ ଆଗରେ ବଳି ପଡିଲା ମାତୃତ୍ବ ଆଉ ମମତା । କରୋନା ମହାମାରୀ ସହ ଲଢେଇ ପାଇଁ ଭାରତରେ ଲକ୍ ଡାଉନ୍ ଜାରି ରହିଛି । ରୋଗ ସଂକ୍ରମଣରୁ ରକ୍ଷା ପାଇଁ ସାରା ଭାରତରେ ଗୋଟାଏ ପରେ ଗୋଟାଏ ହୋଇ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଥିବାବେଳେ ଏହା ମଧ୍ୟରେ ଭୋକ ବନାମ ଜୀବନର ସଂଘର୍ଷ ଦେଖିବାକୁ ମିଳୁଛି । ରୋଗ ଦାଉରୁ ମଣିଷକୁ ବଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ଭୋକ କଷ୍ଟରୁ ମଣିଷକୁ ବଞ୍ଚାଇବା ସହଜ ହୋଇପାରୁନାହିଁ ।

baby 1

ପେଟ ଭୋକ ଆଗରେ ହାର ମାନିଗଲା ମାତୃତ୍ୱ। ଏପରି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀ ପୁର ଅଞ୍ଚଳରୁ । ମାତ୍ର ଅଢେଇ ମାସର ଶିଶୁ କନ୍ୟାକୁ ତା’ର ପିତାମାତା ମାତ୍ର ତିନି ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଶିଶୁ କନ୍ୟାଟିର ପିତା ଜଣେ ଶ୍ରମିକ ଥିବାବେଳେ ତା’ର ମାତା ଅନ୍ୟମାନଙ୍କ ଘରେ କାମ କରି ଜୀବନ ନିର୍ବାହ କରିଥାଏ । କିନ୍ତୁ ଗତ ତିନି ମାସ ଧରି ଲକଡାଉନ ଯୋଗୁଁ ଦୁହେଁ ବେକାର ହୋଇ ବସି ରହିଛନ୍ତି । ଅର୍ଥ ଅଭାବ ଯୋଗୁଁ ସେମାନେ ଏହି ଶିଶୁଟିକୁ ଖାଦ୍ୟ ଦେବାରେ ମଧ୍ୟ ଅସମର୍ଥ ହୋଇପଡିଥିଲେ। ଏଥିପାଇଁ ସେ ତାଙ୍କର ଜଣେ ଦୂର ସମ୍ପର୍କୀୟଙ୍କୁ ଏହି ଶିଶୁକନ୍ୟାଟିକୁ ବିକ୍ରି କରି କରିଦେଇଛନ୍ତି ।

ଏହି ଶିଶୁ କନ୍ୟାଟିକୁ ହାଓ୍ବାଡ ନିକଟରୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟିକୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶିଶୁ କନ୍ୟାର ମାତା ପିତା ଏପର୍ଯ୍ୟନ୍ତ ଫେରାର ରହିଛନ୍ତି । ପୋଲିସ୍ ତଦନ୍ତ ପରେ ଶିଶୁ କନ୍ୟାଟି ବିକ୍ରି ହୋଇଥିବାର ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.