ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ୨ ଅଫ୍‌ଲାଇନ୍ ଖାତା ଦେଖା

ଭୁବନେଶ୍ବର: ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ଉତ୍ତର ଖାତାଗୁଡ଼ିକର ଅଫ୍‌ଲାଇନ୍‌ ମୂଲ୍ୟାୟନ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଚଳିତବର୍ଷ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ସାଢ଼େ ୧୧ ହଜାର ଅଧ୍ୟାପକ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କଳା ବିଭାଗର ଖାତାଗୁଡ଼ିକର ମୂଲ୍ୟାୟନ ‌କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଦିନ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଚାଲିବ ଖାତା ମୂଲ୍ୟାୟନ ପ୍ରକ୍ରିୟା । କରୋନା ନିୟମ ଅନୁସାରେ ଅଧ୍ୟାପକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ଧୋଇବା ଓ ସାନିଟାଇଜ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ଖାତା ମୂଲ୍ୟାୟନ ପ୍ରକ୍ରିୟା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.