ରାଜ୍ଯରେ ଆଉ ୧୩୮ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୨୨୯୪କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ଆଉ ୧୩୮ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୨୨୯୪ରେ ପହଁଚିଲା। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏମାନଙ୍କ ଭିତରୁ ଯାଜପୁରରୁ ୬ଜଣ, ଖୋଦ୍ଧାରୁ ୧୩ଜଣ, ରାୟଗଡାରୁ ୧, ମୟୁରଭଞ୍ଜରୁ ୬ଜଣ, ନୟାଗଡରୁ ୩ଜଣ, ଢେଙ୍କାନାଳରୁ ୩ ଜଣ,କଟକରୁ ୧୫ ଜଣ, କଳାହାଣ୍ଡିରୁ ୨ଜଣ, କେନ୍ଦୁଝରରୁ ୧୦ଜଣ, କନ୍ଧମାଳରୁ ୧୦ଜଣ, ଭଦ୍ରକରୁ ୧୧ ଜଣ, ଗଞ୍ଜାମରୁ ୩୩ଜଣ, ସମ୍ବଲପୁରରୁ ୧, ବଲାଙ୍ଗୀରରୁ ୧, ସୁନ୍ଦରଗଡରୁ ୧୨ଜଣ, ନୂଆପଡରୁ ୧ଜଣ,ପୁରୀରୁ ୭ଜଣ ଏବଂ କେନ୍ଦ୍ରାପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ।

ତେବେ ସମୁଦାୟ ୧୮ଟି ଜିଲ୍ଲାରୁ ଏହି ୧୩୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୨୫ ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.