ରଣଜିତ ବଚ୍ଚନ ହତ୍ୟାକାଣ୍ଡର ହେଲା ଖୁଲାସା: ପତ୍ନୀ ସ୍ମୃତି ପ୍ରେମିକଙ୍କ ସହିତ ମିଶି କରିଥିଲେ ହତ୍ୟା

ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜିତ ବଚ୍ଚନଙ୍କ ହତ୍ୟାକାଣ୍ଡର ଖୁଲାସା ହୋଇଛି। ରଣଜିତଙ୍କ ହତ୍ୟା ତାଙ୍କ ଦ୍ୱିତୀୟ ପତ୍ନୀ ପ୍ରେମିକ ଦେବେନ୍ଦ୍ରଙ୍କ ସହିତ ମିଶି ଏହି ଜଘନ୍ୟ ହତ୍ୟାକାଣ୍ଡ ରଚିଥିଲେ ବୋଲି ଲକ୍ଷ୍ମୌ ପୋଲିସ କମିଶନର ପ୍ରେସମିଟ୍‌ରେ କହିଛନ୍ତି। ଏହି ଘଟଣାରେ ଜଡିତ ଥିବା ସ୍ମୃତି ଶ୍ରୀବାସ୍ତବ, ଦେବେନ୍ଦ୍ର ଏବଂ ସଂଜିତ ଗୌତମ ଗିରଫ ହୋଇଥିବା ବେଳେ ଜିତେନ୍ଦ୍ର ନାମକ ବ୍ୟକ୍ତି ଫେରାର ରହିଛନ୍ତି ।

wife

ଘଟଣା ମୁତାବକ, ୧୭ ଜାନୁଆରୀରେ ସ୍ମୃତି ଏବଂ ରଣଜିତଙ୍କ ବିବାହ ବାର୍ଷିକୀ ଥିଲା। ଦୁହେଁ ନିଜର ବିବାହ ବାର୍ଷିକୀ ପାଳନ କରିବା ପାଇଁ ହୋଟେଲ ଯିବାକୁ ରଣଜିତ ଚାହୁଁଥିଲେ। କିନ୍ତୁ ସ୍ମୃତି ମନା କରିବାରୁ ତାଙ୍କୁ ରଣଜିତ ଏକ ଚାପୁଡା ମାରିଥିଲେ। ଏହା ଜାଣିବା ପରେ ସ୍ମୃତିଙ୍କ ପ୍ରେମିକ ରାଗି ଯାଇ ରଣଜିତଙ୍କୁ ଜୀବନରୁ ମାରିବା ପାଇଁ ଧମକ ନିଷ୍ପତ୍ତି ନେଇଥିଲେ। ହଜରତଗଂଜର ଗ୍ଲୋବ ପାର୍କ ସାମ୍ନାରେ ସକାଳ ୬ଟାରେ ରଣଜିତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ପୋଲିସ କମିଶନରଙ୍କ କହିବାନୁଯାୟୀ, ରଣଜିତ ବଚ୍ଚନଙ୍କ ହତ୍ୟା ପାଇଁ ତାଙ୍କ ପତ୍ନୀ ସ୍ମୃତି ପ୍ରେମିକଙ୍କୁ ଉସୁକାଇଥିଲେ। ସ୍ମୃତି ପ୍ରେମିକ ଦେବେନ୍ଦ୍ରଙ୍କୁ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ସେମାନଙ୍କ ବିବାହକୁ ବାରଣ କରୁଥିଲେ ରଣଜିତ। ଏଥିପାଇଁ ସ୍ମୃତି ଏପରି ହତ୍ୟାକାଣ୍ଡ ଘଟାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.