Below header

ଅଷ୍ଟ୍ରେଲିଆରେ କୋଚ୍‌ ହେବେ କ୍ରିକେଟ କିମ୍ବଦନ୍ତୀ ତେନ୍ଦୁଲକର! ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ମାଷ୍ଟର ବ୍ଳାଷ୍ଟର

ଅଷ୍ଟ୍ରେଲିଆରେ କୋଚ୍‌ ହେବେ କ୍ରିକେଟ କିମ୍ବଦନ୍ତୀ ତେନ୍ଦୁଲକର । ଗୋଟିଏ ଦିନ ପାଇଁ ସେ ମହତ ଉଦ୍ଦେଶ୍ୟ ରଖି କୋଚ ହେବେ । ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ସେ କୋଚ୍‌ ହେବାକୁ ଯାଉଛନ୍ତି । ଏହାସହ ନିଜ ଫ୍ୟାନମାନଙ୍କୁ ଅର୍ଥ ଦାନ କରିବାକୁ ସେ କହିଛନ୍ତି । ରବିବାର ମେଲବର୍ଣ୍ଣରେ ଖେଳାଯିବ ବୁଶ ଫାୟାର କ୍ରିକେଟ ବ୍ୟାଶ୍‌ ଚାରିଟି ମ୍ୟାଚ । ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରିକି ପଣ୍ଟିଂ ଓ ଆଡାମ ଗିଲଖ୍ରୀଷ୍ଟ ନିଜ ନିଜ ଟିମର ନେତୃତ୍ୱ ନେବେ । ପୂର୍ବରୁ ଏହି ମ୍ୟାଚ୍‌ ପଣ୍ଟିଂ ଏକାଦଶ ଓ ଶେନ ଓ୍ଵର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ଓ୍ଵର୍ଣ୍ଣ ମ୍ୟାଚ ଦିନ ଅନୁପସ୍ଥିତ ରହିବେ ।

fireଅଷ୍ଟ୍ରେଲିଆ ଜଙ୍ଗଲେରେ ଲାଗିଥିବା ଭୟଙ୍କର ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଅର୍ଥ ସଂଗ୍ରହ କରାଯିବ । ଭାରତର କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ପଣ୍ଟିଂ ଏକାଦଶର କୋଚ୍‌ ହେବେ । ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଗିଲଖ୍ରୀଷ୍ଟ ଏକାଦଶ ପକ୍ଷରୁ ଖେଳିବେ । ଏହି ଚାରିଟି ମ୍ୟାଚ ୧୦ ଓଭର ବିଶିଷ୍ଟ ହେବ । ଯେଉଁଥିରେ ୫ ଓଭର ପାଓ୍ଵାର ପ୍ଲେ ହେବ । ବୋଲରଙ୍କ ପାଇଁ ଓଭର କରିବାର କୌଣସି କୋଟା ନାହିଁ । ଏହି ମ୍ୟାଚରୁ ମିଳିବାକୁ ଥିବା ଅର୍ଥ ରେଡକ୍ରସ ରିଲିଫ ଫଣ୍ଡକୁ ଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.