“ମୁଁ ବଞ୍ଚିଛି” ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ୨ବର୍ଷ ଧରି ସରକାରୀ ଅଫିସ ଚକ୍କର କାଟୁଛନ୍ତି ମହିଳା କିନ୍ତୁ ମାନୁ ନାହାଁନ୍ତି ଅଫିସର

ଆପଣ ଚଳଚ୍ଚିତ୍ର ଜଲି ଏଲଏଲବି-2 ର ଏକ ସିନ ଦେଖିଛନ୍ତି କି ଯେଉଁଥିରେ ଜଣେ ବ୍ୟକ୍ତିକୁ ଦସ୍ତାବିଜ ହିସାବରେ ମୃତ ଘୋଷିତ କରିଦିଆଯାଇଥିଲା । ଏହାପରେ ବ୍ୟକ୍ତି ଜଣକ ନିଜକୁ ଜୀଵିତ ପ୍ରମାଣ କରିବା ପାଇଁ ସରକାରୀ ଅଫିସ ଚକ୍କର କାଟୁଥିଲେ। ଠିକ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରତଲାମ ସହରରେ। ଯେଉଁଠାରେ ଜଣେ ମହିଳା ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ସରକାରୀ ଅଫିସର ଚକ୍କର କାଟୁଛନ୍ତି।

'मैं जिंदा हूं', 2 साल से ये साबित करने में जुटी है महिला, मान नहीं रहे अफसर

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ରତଲାମର ଖାତିପୁରାରେ ବାସ କରୁଥିବା ରେଖା ନାମକ ଜଣେ ମହିଳା ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ଗତ ଦୁଇ ବର୍ଷ ହେବ ସରକାରୀ ବାବୁ ଓ ସରକାରୀ ଅଫିସକୁ ଦୌଡ଼ି ଦୌଡ଼ି ଥକି ପଡିଲେଣି। ତଥାପି ତାଙ୍କ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଖବର ମୁତାବକ ରେଖାଙ୍କ ପତି ଗତ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିଲେ ଏହାପରେ ପୀଡିତ ମହିଳା ଜଣକ ଯେବତେବେଳେ ବିଧବା ପେନସନ ପାଇଁ ନଗର ନିଗମ ଅଫିସରେ ପହଂଚିଥିଲେ ସେତେବେଳେ ଏଠାରେ ପତିଙ୍କ ସହିତ ତାଙ୍କୁ ମଧ୍ୟ ମୃତ ଘୋଷିତ କରିଦିଆଯାଇଥିଲା।

'मैं जिंदा हूं', 2 साल से ये साबित करने में जुटी है महिला, मान नहीं रहे अफसर

 

ବିଧବା ପେନସନ ପାଇଁ ଗତ ଦୁଇବର୍ଷ ହେବ ମହିଳା ଜଣକ ନିଜକୁ ଜୀବିତ ପ୍ରମାଣିତ କରିବା ପାଇଁ ଏ ଅଫିସରୁ ସେ ଅଫିସ ଓ ଅନେକ ସରକାରୀ ବାବୁଙ୍କୁ ଭେଟି ସାରିଲେଣି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସାହାଯ୍ୟ ମିଳିଲାନାହିଁ। ତେବେ ମହିଳାଙ୍କ କହିବା ଅନୁଯାୟୀ ସେ ସରକାରୀ ଅଫିସ ଚକ୍କର କାଟି କାଟି ଥକି ପଡିଲେଣି କିନ୍ତୁ କେଉଁଠୁ ବି ସାହାଯ୍ୟ ମିଳିପାରିଲାନାହିଁ ତେଣୁ ସେ ଜିଲ୍ଳାଧିକାରୀଙ୍କ ଜନଶୁଣାଣୀରେ ଏ ନେଇ ଅଭିଯୋଗ କରିଛନ୍ତି। ଏହାପରେ ଉପସ୍ଥିତ ଅଧିକାରୀ ତାଙ୍କୁ ଦସ୍ତାବିଜରେ ଜୀବିତ ରଖିବା ସହିତ ଏହି ସମସ୍ୟର ସମାଧାନ କରିବା ପାଇଁ ୧୫ ଦିନ ସମୟ ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.