Below header

ମାଫିଆଙ୍କୁ ମାଟିରେ ମିଶାଇ ଦେବି, ବିଧାନସଭାରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

୨୦୦୫ ମସିହାରେ ବିଏସପି ଏମଏଲଏ ହତ୍ୟାର ମୁଖ୍ୟ ସାକ୍ଷୀଙ୍କ ହତ୍ୟା ନେଇ ଆଜି ବିଧାନସଭାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତର ପ୍ରଦେଶ ମାଟିରେ ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି କହିଛନ୍ତି ଶ୍ରୀ ଯୋଗୀ ।

ପ୍ରୟାଗରାଜ : ୨୦୦୫ ମସିହାରେ ବିଏସପି ଏମଏଲଏ ହତ୍ୟାର ମୁଖ୍ୟ ସାକ୍ଷୀଙ୍କ ହତ୍ୟା ନେଇ ଆଜି ବିଧାନସଭାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତର ପ୍ରଦେଶ ମାଟିରେ ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି କହିଛନ୍ତି ଶ୍ରୀ ଯୋଗୀ ।

ଉମେଶ ପାଲ୍‌ଙ୍କୁ ହତ୍ୟା କରାଯିବା ପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆଜି ବିଧାନସଭାରେ ଯୋଗୀ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ, ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି କହିଥିଲେ । ଏହାକୁ କ’ଣ ରାମ ରାଜ୍ୟ କହିହେବ, ଯେଉଁଠି ଖୁଲମଖୁଲା ଗୁଳି ଚାଳନା ହେଉଛି। ଏଥିପାଇଁ ବିଜେପି ଦାୟୀ ବୋଲି ମଧ୍ୟ ସେ ଦୋଷାରୋପ କରିଥିଲେ ।

ଏହାର ଉତ୍ତର ରେ ଯୋଗୀ କହିଥିଲେ ଯେ ଯିଏ ରମେଶ ପାଲଙ୍କୁ ହତ୍ୟା କରିଛି, ତାକୁ ଆମେ ଛାଡିବୁ ନାହୁଁ । ମାଫିଆମାନଙ୍କୁ ମାଟିରେ ମିଶାଇ ଦେବୁ । ଯେଉଁ ସମାଜବାଦୀ ପାର୍ଟି ଆଜି ଆମ ଉପରକୁ ଆଙ୍ଗୁଳି ଉଠାଉଛି ସେହି ଦଳ ଅପରାଧୀଙ୍କୁ ସୁରକ୍ଷା ଦିଏ, ସେମାନଙ୍କ ବେକରେ ଫୁଲମାଳ ପକାଇ ସେମାନଙ୍କୁ କ୍ଷମତା ଦିଏ ଏବଂ ପରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.