Below header

ପେରୁରେ ଭୟଙ୍କର ଭୂମିକମ୍ପ, ସାନ୍ଦ୍ରତା ୭.୫

ଲିମା : ଉତ୍ତର ପେରୁରେ ଏକ ଭୟଙ୍କର ଭୂମିକମ୍ପ ସଂଗଠିତ ହୋଇଯାଇଛି । ରିକ୍ଟର ସ୍କେଲରେ ଏହାର ସାନ୍ଦ୍ରତା ୭.୫ ଥିବା ଜଣାଯାଇଛି । ଉତ୍ତର ପେରୁ ଠାରୁ ୪୦ କିଲୋମିଟର ଦୂର ବାରାଙ୍କା ଟାଉନରେ ରବିବାର ସକାଳେ ଭୂମିକମ୍ପର ଝଟକା ଅନୂଭୁତ ହୋଇଥିଲା । ତେବେ ଭୂମିକମ୍ପରେ କେତେ ମୃତାହତ ହୋଇଥିବା ଜଣାଯାଇନାହିଁ । ଏହି ଭୂମିକମ୍ପ ୧୦୦ କିଲୋମିଟର ତଳେ ଅନୂଭୁତ ହୋଇଥିଲା ।

ଆମାଜନ ଜଙ୍ଗଲର ଏକ ଅଳ୍ପ ଜନବହୁଳ ଅଂଚଳରେ ଏହି ଭୂମିକମ୍ପ ଅନୂଭୁତ ହୋଇଥିବା ୟୁରୋ ମେଡିଟେରିଆନ ଭୂକମ୍ପ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଭୂମିକମ୍ପ ପରେ ସୁନାମୀ ଆସିନଥିବା ଆମେରିକା ସୁନାମୀ ସତର୍କ ବିଭାଗ ପକ୍ଷରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.