Below header

ଡିସେମ୍ବରରେ ଏହି ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ବର୍ଷ ସରିବା ପୂର୍ବରୁ ସାରି ନିଅନ୍ତୁ ସବୁ କାମ

ଚାହୁଁ ଚାହୁଁ ସରିବାକୁ ବସିଲାଣି ବର୍ଷ ୨୦୨୧। ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ବର୍ଷର ଶେଷ ମାସ ଡିସେମ୍ବର। ଆଉ ତା’ ପରେ ପାଦ ଥାପିବ ନୂଆବର୍ଷ ୨୦୨୨। ତେବେ ଏହି ପୁରୁଣା ବର୍ଷରେ ଯଦି ଆପଣଙ୍କର କିଛି ବ୍ୟାଙ୍କ କାମ ବାକି ରହିଯାଇଛି ତେବେ ତାହାକୁ ତୁରନ୍ତ ସାରି ଦିଅନ୍ତୁ। କାରଣ ଡିସେମ୍ବରରେ ୧୬ ଦିନ ବନ୍ଦ ରହୁଛି ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରତି ମାସର ଛୁଟି ତାଲିକା ପ୍ରକାଶ ପାଏ। ସେହିଭଳି ଡିସେମ୍ବର ମାସ ପାଇଁ ମଧ୍ୟ ଛୁଟି ତାଲିକା ପ୍ରକାଶିତ କରିଛି ଆର୍‌ବିଆଇ। ଆସନ୍ତୁ ଜାଣିବା ଡିସେମ୍ବରରେ କେଉଁ କେଉଁ ଦିନ ବନ୍ଦ ରହୁଛି ବ୍ୟାଙ୍କ…

ଡିସେମ୍ବର ୩- ଫେଷ୍ଟ ଅଫ୍‌ ସେଣ୍ଟ ଫ୍ରାନ୍‌ସିସ୍‌ ଜାଭିୟର (ପାଣାଜୀରେ ବ୍ୟାଙ୍କ ବନ୍ଦ)

ଡିସେମ୍ବର ୫- ରବିବାର

ଡିସେମ୍ବର ୧୧- ମାସର ଦ୍ୱିତୀୟ ଶନିବାର

ଡିସେମ୍ବର ୧୨- ରବିବାର

ଡିସେମ୍ବର ୧୮- ୟୁ ସୋ ସୋ ଥାମ୍‌ଙ୍କ ଶ୍ରାଦ୍ଧ ବାର୍ଷିକୀ (ସିଲଂରେ ବ୍ୟାଙ୍କ ବନ୍ଦ)

ଡିସେମ୍ବର ୧୯- ରବିବାର

ଡିସେମ୍ବର ୨୪- କ୍ରିସ୍‌ମାସ୍‌ ଫେଷ୍ଟିଭାଲ (ଆଇଜୋଲରେ ବ୍ୟାଙ୍କ ବନ୍ଦ)

ଡିସେମ୍ବର ୨୫- ବଡ଼ଦିନ

ଡିସେମ୍ବର ୨୬- ରବିବାର

ଡିସେମ୍ବର ୨୭- କ୍ରିସ୍‌ମାସ୍‌ ସେଲିବ୍ରେସନ୍‌ (ଆଇଜୋଲରେ ବ୍ୟାଙ୍କ ବନ୍ଦ)

ଡିସେମ୍ବର ୩୦- ୟୁ କିଆଙ୍ଗ୍‌ ନାଙ୍ଗ୍‌ବାହ (ସିଲଂରେ ବ୍ୟାଙ୍କ ବନ୍ଦ)

ଡିସେମ୍ବର ୩୧- ବର୍ଷର ଶେଷ ଦିନ (ଆଇଜୋଲରେ ବ୍ୟାଙ୍କ ବନ୍ଦ)

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗାଇଡ୍‌ଲାଇନ୍‌ ମୁତାବକ, ରବିବାର ଦିନ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ କାମ ହେବ ନାହିଁ। ବ୍ୟାଙ୍କ ଛୁଟି ବିଷୟରେ ଅଧିକ ସୂଚନା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅଫିସିଆଲ ଲିଙ୍କ୍‌ https://rbi.org.in/Scripts/HolidayMatrixDisplay.aspx କୁ ଯାଇପାରିବେ। ଏଠାରେ ଆପଣଙ୍କୁ ପ୍ରତି ମାସର ସବୁ ରାଜ୍ୟର ଛୁଟି ବିଷୟରେ ସୂଚନା ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.