ସଫାଦାନ୍ତ ସହିତ ରହିଛି ହୃଦଘାତର ଲିଙ୍କ, ଗବେଷକ ଦେଲେ ଏମିତି ଏକ ଅଦ୍ଭୁତ ତଥ୍ୟ

ଆମ ଖାଦ୍ୟକୁ ଚୋବାଇବା ସହ ହଜମ କରିବାରେ ଶରୀରର ଯେଉଁ ଅଙ୍ଗଟି ସବୁଠାରୁ ଅଧିକ ଉପାଦାୟୀ ହୋଇଥାଏ ସେ ହେଉଛି ମଣିଷର ଦାନ୍ତ । ଦାନ୍ତକୁ ସଫା ସୁତୁରା ରଖିଲେ ଯେ କେବଳ ସବୁଦିନ ପାଇଁ ଦାନ୍ତ କିମ୍ବା ମାଢି ସୁରକ୍ଷିତ ରହିବ ତାହା ନୁହେଁ ଏହା ଅନ୍ୟାନ ରୋଗ ମାନଙ୍କ ଦାଉରୁ ମଧ୍ୟ ରକ୍ଷା କରିପାରିବ । ଏମିତିକି ମଣିଷର ଶ୍ଵାସଜନିତ ସମସ୍ୟାରୁ ମଧ୍ୟ ସଫାସୁତୁରା ଦାନ୍ତ ହିଁ ସୁରକ୍ଷା ଦେଇଥାଏ । ଆଶ୍ଚର୍ଯ୍ୟ ହେଉଛନ୍ତି ନା, କିନ୍ତୁ ନିକଟରେ କରାଯାଇଥିବା ଏକ ସର୍ଭେରୁ ହିଁ ଏମିତି ଏକ ତଥ୍ୟ ସାମ୍ନାକୁ ଆସିଛି । “ଇଉରୋପିଆନ ଜର୍ନାଲ ଅଫ ପ୍ରିଭେଣ୍ଟିଭ କାର୍ଡିଓଲୋଜି” ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ସଫା ଦାନ୍ତ ଓ ହାର୍ଟ ଆଟାକ ମଧ୍ୟରେ ଏକ ଲିଙ୍କ ଥିବା ନେଇ ଜଣାଯାଇଛି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛିକି, ଆମ ମୁହଁ ଦେଇ ବ୍ୟାକ୍ଟେରିଆ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଉଭୟ ଭଲ ଓ ଖରାପ ବ୍ୟାକ୍ଟେରିଆ ଏହା ମଧ୍ୟ ଦେଇ ପ୍ରବେଶ କରିପାରେ ।

dirty teeth

କିନ୍ତୁ କିଛି ଖରାପ ବ୍ୟାକ୍ଟେରିଆ ଜୀବନ ନାଶକାରୀ ମାରାତ୍ମକ ରୋଗ ଗୁଡିକର କାରଣ ବି ହୋଇପାରେ । “ଅଭନା ହେଲ୍ଥ କେୟାର” ନାମକ ଏକ ସଂସ୍ଥାର ଡାକ୍ତରଙ୍କ କହିବା ଅନୁଯାୟୀ ଆପଣଙ୍କ ପାଟିର ସ୍ୱାସ୍ଥ୍ୟ ଅନେକ ରୋଗର କାରଣ ସାଜିପାରେ । ଏମିତିକି ଏଣ୍ଡୋକାର୍ଡିଟିସ ଭଳି ମାରାତ୍ମକ ରୋଗର ଶିକାର ବି ହୋଇପାରନ୍ତି । ଏହି ଇନଫେକ୍ସନ ହାର୍ଟ ଚାମ୍ବରର ଭିତର ସ୍ତରରେ ହିଁ ଦେଖାଦେଇଥାଏ | ଯେବେ ବ୍ୟାକ୍ଟେରିଆ ପାଟି ଦେଇ ଯାଇ ବ୍ଲଡ଼ ଷ୍ଟ୍ରିମ ଦେଇ ଯିବାଦ୍ୱାରା “ଏଣ୍ଡୋକାର୍ଡିଟିସ” ପରି ସମସ୍ୟା ଦେଖାଦେଇପାରେ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଦାନ୍ତ ସଫା ରଖିବାରେ କୌଣସି ପ୍ରକାର ହେଳା କଲେ ମାଢି ଜନିତ ସମସ୍ୟା ସହିତ ଫଟାଲ ପେରିଓଡେଣ୍ଟିସ ପରି ସମସ୍ୟା ଦେଖାଦିଏ । ଆଉ ପରବର୍ତ୍ତୀ ସମୟରେ ଏହି ସମସ୍ୟା ହୃଦ ଜନିତ ସମସ୍ୟାର କାରକ ସାଜିପାରେ । ପ୍ରକୃତରେ ପ୍ରି ମାଚ୍ୟୁର ବାର୍ଥ, ଜନ୍ମ ସମୟରେ ଓଜନ କମ ସହିତ ଦାନ୍ତ ରୋଗର ବି ସମ୍ଭନ୍ଧ ରହିଛି ।

କେମିତି ରହିବେ ସାବଧାନ:

ଦିନକୁ ଅତି କମରେ ଦୁଇ ଥର ଦାନ୍ତ ସଫାକରନ୍ତୁ । ଦାନ୍ତ ଦାନ୍ତ ମଧ୍ୟ ଆଙ୍ଗୁଳି ମାରି ସଫା ରଖନ୍ତୁ ଆଉ ମୁହଁକୁ କୁଳୁକୁଳୁ କରି ଧୋଇ ଦିଅନ୍ତୁ । ଏହାବାଦ ଯଦି ବି ଖାଦ୍ୟ କଣିକା ଗୁଡିକ ଦାନ୍ତ ସନ୍ଧିରେ ଅଟକି ଯାଉଛି ତେବେ ମାଉଥ ୱାସରେ ଧୋଇ ରଖନ୍ତୁ । ସବୁବେଳେ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ ଆଉ ଶର୍କରା ଜାତୀୟ ଖାଦ୍ୟ ଠାରୁ ଦୁରେଇ ରୁଅନ୍ତୁ । ପ୍ରତି ୩ ରୁ ୪ ମାସରେ ଥରେ ନିଜ ବ୍ରସ ବଦଳାଇ ଦିଅନ୍ତୁ । ତବାକୋ ପରି ନିଶା ଦ୍ରବ୍ୟ ଠାରୁ ଦୂରତା ରଖିବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.