Below header

ମହାରାଷ୍ଟ୍ର: ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୫ ଆହତ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଗତ ରାତିରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ୱେରେ ଅଟୋ, କାର୍ ଓ ଏକ କଣ୍ଟେନର ମଧ୍ୟରେ ସିରିଜ୍ ଦୁର୍ଘଟଣା ହେବାରୁ ୫ଜଣ ପ୍ରାଣ ହରାଇଛନ୍ତି ।

ପୋଲିସ କହିବାକୁ ମୁତାବକ, ପୁଣେରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ଫୁଡମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଅଷ୍ଟବିନାୟକ ଓ ଅନ୍ୟ ୨ ଜଣଙ୍କୁ ବାସୀର ମନପା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟଜଣେ ଆହତଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ସହ ସମସ୍ତ ମୃତଦେହକୁ ଖାପୋଲୀ ହସ୍ପିଟାଲରେ ରଖାଯାଇଛି । ଏମିତି ସିରିଜ୍ ଦୁର୍ଘଟଣା କେମିତି ହେଲା ତାହାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.