ସ୍ପେନ୍‌: ନାଇଟ୍‌ କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ୭ ଜଣଙ୍କ ମୃତ୍ୟୁ; ବଢ଼ିପାରେ ମୃତକଙ୍କ ସଂଖ୍ୟା

ଦକ୍ଷିଣ-ପୂର୍ବ ସ୍ପେନ୍‌ର ମର୍ସିଆରେ ରବିବାର ସକାଳେ ଏକ ନାଇଟ୍‌ କ୍ଲବ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

ଦକ୍ଷିଣ-ପୂର୍ବ ସ୍ପେନ୍‌ର ମର୍ସିଆରେ ରବିବାର ସକାଳେ ଏକ ନାଇଟ୍‌ କ୍ଲବ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସୁରକ୍ଷା ଏବଂ ଉଦ୍ଧାର କର୍ମୀ ପହଞ୍ଚି ରେସ୍‌କ୍ୟୁ କାର୍ଯ୍ୟରେ ଲାଗିଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସ୍ପେନ୍‌ର ଜରୁରୀକାଳନୀ ସେବା ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସୋସିଆଲ ମିଡିଆରେ ଏକ ବୟାନରେ କୁହାଯାଇଛି ଯେ ଅଗ୍ନିକାଣ୍ଡରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ସକାଳ ୬ଟାରେ ନାଇଟ୍‌ କ୍ଲବ୍‌ରେ ଭୀଷଣ ନିଆଁ ଲାଗିଥିଲା। ସୂଚନା ପାଇ ଅଗ୍ନିଶମ ଏବଂ ଉଦ୍ଧାର କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସ୍ଥାନୀୟ ପୋଲିସର କହିବା ଅନୁସାରେ, ଶନିବାର ରାତିରେ କ୍ଲବ୍‌ରେ ଏକ ବାର୍ଥ ଡେ’ ପାର୍ଟି ଚାଲିଥିଲା। ପ୍ରାଥମିକ ସୂଚନା ମୁତାବକ, ଦୁଇ ମହଲା ବିଶିଷ୍ଟ ଏହି କ୍ଲବ୍‌ର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ସହରର ଟାଉନ୍‌ ହଲ୍‌ ପକ୍ଷରୁ ଏହି ଘଟଣାରେ ଗମ୍ଭୀର ଶୋକ ବ୍ୟକ୍ତ କରାଯାଇଛି।

ପୋଲିସ ଅନୁସାରେ, ଆହତ ବ୍ୟକ୍ତିଙ୍କ ମଧ୍ୟରେ ୨୨ ଓ ୨୫ ବର୍ଷୀୟା ଦୁଇ ଯୁବତୀ ଏବଂ ୪୦ ବର୍ଷୀୟ ଦୁଇ ପୁରୁଷ ଅଛନ୍ତି। ନିଃଶ୍ୱାସ ନେବା ବେଳେ ନାକ ବାଟେ ଧୂଆଁ ପଶିଯିବାରୁ ଏମାନେ ଗୁରୁତର ଆହତ ହୋଇପଡ଼ିଥିଲେ। ତେବେ ଏହି ଦୁଃଖଦାୟକ ଘଟଣାରେ ମର୍ସିଆର ମେୟର ଜୋସ୍‌ ବେଲେଷ୍ଟା ସହରରେ ୩ ଦିିନିଆ ଶୋକ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.