ଭୋଟ ଦେଇ ସାରିବା ପରେ ଯୁବକ କାଟି ଦେଲେ ନିଜ ଆଙ୍ଗୁଳି, କାରଣ ଜାଣିଲେ ହୋଇଯିବେ ଆଚମ୍ବିତ

ମତଦାନ ସମୟରେ ତରତରିଆ ଭାବେ ନିଜ ମନପସନ୍ଦର ନେତାଙ୍କ ଚିହ୍ନ ବଦଳରେ ଚିପିହୋଇଗଲା ବିଜେପି ର ପଦ୍ମ ଚିହ୍ନର ବଟନ । ନିଜକୁ ବିଏସପିର ସମର୍ଥକ କହୁଥିବା ଏହି ଯୁବକ ରାଗରେ କାଟି ଦେଲେ ନିଜ ବିସି ଆଙ୍ଗୁଳି । ତେବେ ଘଟଣା ପରେ ଯୁବକଙ୍କୁ ଚିକିତ୍ସା କରାଯାଇ ଘରକୁ ପଠେଇ ଦିଆଯାଇଛି ।

ସୂଚନା ମୁତାବକ କୋତବାଲି ଅଞ୍ଚଳର ଅବଦୁଲ୍ଲାପୁର ହୁଲାସନର ନିବାସୀ ପୱନ କୁମାର(୨୪) ବିଏସପି ର ସମର୍ଥକ ଅଟନ୍ତି । ସେ ଗୁରୁବାର ଭୋଟ ଦେବା ପାଇଁ ନିଜ ଗାଁର ମତଦାନ କେନ୍ଦ୍ରକୁ ଯାଇଥିଲେ । ମତଦାନ ସମୟରେ ତରବରିଆ ଭାବେ ସେ ହାତୀ ଚିହ୍ନ ବଦଳରେ ପଦ୍ମ ଚିହ୍ନରେ ଭୁଲବଶତଃ ଭୋଟ ଦେଇଦେଇଥିଲେ ।

ପୱନ କହିଛନ୍ତି କି, ଭୋଟ ଦେବା ପରେ ସେ ବହୁତ ଅନୁତାପ କରିଥିଲେ ଏବଂ ଘରକୁ ଆସି ରାଗରେ ଭୋଟ କାଳି ଲାଗିଥିବା ଆଙ୍ଗୁଳିକୁ କାଟିଦେଇଥିଲେ । ତାଙ୍କ ପାଟି ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.