Below header

ପିଏମ ମୋଦିଙ୍କୁ ପ୍ରସଂଶା କରି ବାଲକୋନିରେ ଛିଡା ହୋଇ ବରୁଣ ଗାଇଲେ ଗୀତ, ଟିକ୍‌ଟକ୍‌ରେ ଖୁବ ଭାଇରଲ ହେଉଛି ଭିଡିଓ

କରୋନା ଭାଇରସ କାରଣରୁ ଭାରତରେ ୩ ମେ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି। ପିଏମ ମୋଦି ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି। ଲକଡାଉନ ଦ୍ୱାରା କରୋନାର ପ୍ରକୋପକୁ ବହୁତ ମାତ୍ରାରେ କମ କରାଯାଇପାରିବ। ପିଏମ ମୋଦିଙ୍କର ଏହି ପଦକ୍ଷେପକୁ ସାରା ଦୁନିଆ ପ୍ରସଂଶା କରୁଛି। ଏହାକୁ ନେଇ ଟିକଟକରେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଚେହେରାରେ ମଧ୍ୟ ହସ ଆସିଯିବ।

ଭିଡ଼ିଓରେ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ଘରର ବାଲକୋନିରେ ଛିଡା ହୋଇ ପିଏମ ମୋଦିଙ୍କ ପାଇଁ ଏକ ଗୀତ ଗାଇଛନ୍ତି। ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ବ୍ୟକ୍ତି ଜଣଙ୍କ ମାଇକ ଧରି ଅକ୍ଷୟ କୁମାରଙ୍କ ଗୀତ ‘ତେରୀ ମିଟ୍ଟୀ’ ଗୀତଟିକୁ ନିଜ ଅନ୍ଦାଜରେ ଗାଈ ଶୁଣାଉଛନ୍ତି। ଏହି ଭିଡ଼ିଓକୁ ଦେଖିଲେ ଆପଣଙ୍କ ମୁହଁରେ ହସ ଆସିଯିବ, ଆପଣ ଏକଦମ ଖୁସି ହୋଇଯିବେ।

@varun_bharti_musicइसको मोदी जी तक पुहंचा दो… ##pmmodi ##lockdown ##varunbhartimusic ##guzarasong ##guzara ##gharbaithoindia♬ original sound – Varun Bharti


ଭିଡ଼ିଓଟିକୁ ବରୁଣ ଭାରତୀ ନାମକ ଜଣେ ବ୍ୟକ୍ତି ଗାଉଛନ୍ତି।ଏହି ଭିଡ଼ିଓକୁ ୪.୩ ମିଲିୟନ ଭିୟୁଜ ହୋଇସାରିଲେଣି। ଲୋକେ ଏହାକୁ ବହୁତ ମାତ୍ରାରେ ପସନ୍ଦ କରିବା ସହିତ ଖୁବ ଭାଇରଲ ହେଉଛି। ଏହି ଭିଡ଼ିଓକୁ ସେ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ‘ଏହାକୁ ମୋଦିଜିଙ୍କ ପାଖକୁ ପହଞ୍ଚାଇ ଦିଅନ୍ତୁ’। ଲୋକମାନେ କମେଣ୍ଟରେ ମଧ୍ୟ ପିଏମ ମୋଦିଙ୍କୁ ପ୍ରଶଂସା କରିବା ସହିତ ବରୁଣଙ୍କ ଗୀତଟିକୁ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.