Below header

କରୋନା ସଂକଟରେ ଯୁବକଙ୍କ ମଣିଷ ପଣିଆ, ଗର୍ଭବତୀଙ୍କୁ ନେଇ ଘରେ ଛାଡ଼ିଲେ

କେରାପୁଟ : ଏଇ କରୋନା ଲକ୍‌ଡାଉନ୍‌ ସମୟରେ ମଣିଷ ପଣିଆ ଦେଖାଇଛନ୍ତି ଦୁଇ ଜଣ ଯୁବକ । ଜଣେ ୮ ମାସର ଗର୍ଭବତୀଙ୍କୁ ଗୋଟିଏ ଗାଁରୁ ଉଦ୍ଧାର କରି ନିଜ ଘରେ ଛାଡିଥିଲେ ଯୁବକ ଦୁଇ ଜଣ । ସେମାନେ ହେଲେ କୋଟପାଡ ଅଞ୍ଚଳର ଦେବୀଶଙ୍କର ବ୍ରହ୍ମା ଓ ଗୌରୀଶଙ୍କର ପଣ୍ଡା । ନବରଙ୍ଗପୁର ଜିଲ୍ଲା ଭାମିନି ପଞ୍ଚାୟତର ମିରିଗୁଡ଼ା ଗାଁର ପ୍ରଭୁ ମଙ୍ଗଣ ଓ ତାଙ୍କ ଗର୍ଭବତୀ ପତ୍ନୀ ସୁଭଦ୍ରା, ପେଟ ପାଟଣା ପାଇଁ କୋରାପୁଟ ଜିଲ୍ଲାର ପରଜାଗୁଡ଼ା ଯାଇଥିଲେ । ସ୍ୱାମୀ ଗାଁ ଗାଁ ବୁଲି ଗୀତ ଗାଇ ରୋଜଗାର କରନ୍ତି ।

NABARANGPUR-1

ଲକଡାଉନ୍‌ ଯୋଗୁ କୋରାପୁଟ ପରଜାଗୁଡଠାରେ ଫସି ରହିଥିଲେ ଏହି ଦଂପତି । ତାଙ୍କ ସହ ଥିଲା ୩ ବର୍ଷର ଛୋଟ ଶିଶୁ । ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଆଶ୍ରୟ ନେଇଥିଲେ । ପତ୍ନୀ ସୁଭଦ୍ରା ଗର୍ଭବତୀ ଥିବାରୁ ନିଜ ଗାଁକୁ ଫେରି ପାରୁନଥିଲେ । ଏହି ଖବର ଜାଣିବା ପରେ ସହଯୋଗର ହାତ ବଢାଇଥିଲେ କୋଟପାଡର ଦୁଇ ଯୁବକ। ବିଡିଓଙ୍କଠାରୁ ଅନୁମତି ନେଇ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ସେମାନଙ୍କୁ ତାଙ୍କ ନିଜ ଗାଁରେ ନେଇ ଛାଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.