Below header

ଯୌତୁକ ଆଣି ନଥିବାରୁ ପତ୍ନୀଙ୍କୁ ଭିଣୋଇ ଓ ସାଙ୍ଗଙ୍କ ଦ୍ୱାରା କରାଇଲା ଗଣଧର୍ଷଣ

ଅମରୋହା : ସାମନ୍ୟ ଅର୍ଥ ପାଇଁ ମଣିଷ କେତେ ତଳକୁ ଖସି ଯାଇପାରେ ଓ କିପରି ବିବେକହୀନ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ଗୋଟିଏ ଏସ୍‌ୟୁଭି ଗାଡ଼ି ଓ ନଗଦ ୫ ଲକ୍ଷ ଟଙ୍କା ଯୌତୁକ ପାଇଁ ପତିଙ୍କ ଦ୍ୱାରା ପତ୍ନୀ ଗଣ ଧର୍ଷଣର ଶିକାର ହେବା ଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ।

ଅଭିଯୋଗ ଅନୁଯାୟୀ,  ଏହି ୨୭ ବର୍ଷ ବୟସ୍କା ମହିଳାଙ୍କ ବିବାହ ୩ ବର୍ଷ ତଳେ ହୋଇଥିଲା । ବିବାହ ବେଳେ ଏକ ଏସ୍‌ୟୁଭତି ଗାଡ଼ି ସହ ୫ ଲକ୍ଷ ଟଙ୍କା ଯୌତୁକ ଦାବି କରାଯାଇଥିଲା । ତେବେ ଗାଡ଼ି ଦେବା ବିଳମ୍ବ ହେବାରୁ ପତ୍ନୀଙ୍କ ଉପରେ ମାଡ଼ ଗାଳି ସହ ଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । କଥା କେବଳ ସେତିକିରେ ରହିନଥିଲା ସାଙ୍ଗ ଓ ନିଜ ଭିଣୋଇ ଦ୍ୱାରା ପତ୍ନୀଙ୍କୁ ଗଣ ଧର୍ଷଣ କରାଯାଇଥିଲା । ଯୌତୁକ ଦାବି ପୂରଣ ପାଇଁ ବାପ ଘର ଉପରେ ଚାପ ପକାଇବା ପାଇଁ ପତ୍ନୀଙ୍କୁ କୁହାଯାଇଥିଲା । ମାତ୍ର ପତ୍ନୀ ତାହା କରିବାକୁ ମନା କରିବାରୁ ନିଜ ଭିଣୋଇ  ଓ ସାଙ୍ଗଙ୍କ ଦ୍ୱାରା ଗଣ ଧର୍ଷଣ କରାଯାଉଥିଲା ବୋଲି ମହିଳା ଅଭିଯୋଗ କରିଛନ୍ତି ।

ମହିଳା ଜଣକ ଏସମ୍ପର୍କରେ ପତିଙ୍କୁ କହିବାରୁ ଏସ୍‌ୟୁଭି ଗାଡ଼ି ଓ ୫ ଲକ୍ଷ ଟଙ୍କା ନମିଳିବା ଯାଏ ଏପରି ଧର୍ଷଣ ଜାରି ରହିବ ବୋଲି ଓଲଟା କହିଥିଲେ । ଫଳରେ ମହିଳା ଜଣକ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ଦାଏର କରି ଅଭିଯୁକ୍ତ ପତିକୁ ଗିରଫ କରିବା ପାଇଁ ପଦକ୍ଷେପ ନେଇଛି ବୋଲି ଅମରୋହା ଏସ୍‌ପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.