Below header

ଏକତରଫା ପ୍ରେମରୁ ହତ୍ୟାକାଣ୍ଡ, ଯୁକ୍ତ ୩ ଛାତ୍ରୀଙ୍କୁ ପଏଣ୍ଟ ଜିରୋରୁ ଗୁଳି କରି ହତ୍ୟା କଲା ଦୁର୍ବୃତ୍ତ

ଏକତରଫା ପ୍ରେମର କରୁଣ ପରିଣତି। ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ଯୁବତୀଙ୍କୁ ଗୁଳିମାଡ କଲା ଏକତରଫା ପ୍ରେମ କରୁଥିବା ପାଗଳ ପ୍ରେମୀ। ଏମିତି ଗୁଳି କରିଛି ଯେ ସେଇଠି ହିଁ ଟଳିପଡିଲେ ଯୁବତୀ। ପୁଣି ଯୁବତୀ ପଢ଼ୁଥିବା କଲେଜ ସାମ୍ନାରେ।

ଏଭଳି ଏକ ଅଭାବନୀୟ ଘଟିଛି ହରିୟାଣାର ଫରିଦାବାଦ ଜିଲ୍ଲାର ବଲ୍ଲଭଭଡରେ। ଯୁକ୍ତ ୩ ବିକମ୍‌ ତୃତୀୟ ବର୍ଷର ପଢ଼ୁଥିବା ନିକିତା ନାମକ ଛାତୀଙ୍କୁ ଗୁଳି କରି କରାଯାଇଛି ହତ୍ୟା। ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ କଲେଜ ବାହାରେ ନିଜ ସାଙ୍ଗ ସହିତ ଯାଉଥିବାବେଳେ ସେଠାରେ ତୋଫିକ ନାମକ ଜଣେ ଯୁବକ ନିଜ ସହଯୋଗୀ ସହିତ ପୂରା ବନ୍ଦୋବସ୍ତ କରି ସେଠାରେ ଜଗି ରହିଥିଲା।

ଯେମିତି ହିଁ ଯୁବତୀକୁ ଦେଖିଛି ସେ କାର ଭିତରକୁ ତାଙ୍କୁ ଟାଣି ଟାଣି ନେବାକୁ ଚେଷ୍ଟା କରିଥିଲା। ଏଥିରେ ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ ପଏଣ୍ଟ ଜିରୋରୁ ଗୁଳି ମାରିଦେଲା ଏକତରଫ ପ୍ରେମ କରୁଥିବା ଯୁବକ। ଯୁବକଙ୍କ ପ୍ରେମ ଏବେର ନୁହେଁ। ଅଭିଯୁକ୍ତ ଯୁବକ ନିକିତାଙ୍କ ସହିତ ଦ୍ୱାଦସ ଶ୍ରେଣୀ ପଯ୍ୟର୍ନ୍ତ ପଢ଼ୁଥିବାବେଳେ ତାଙ୍କ ସହିତ ଜୋର ଜବରଦସ୍ତ ବନ୍ଧୁତା ସ୍ଥାପନା କରିବାକୁ ବାରମ୍ବାର ଚେଷ୍ଟା କରୁଥିଲା। କିନ୍ତୁ ସଫା ସଫା ମନା କରିଦେଇଥିଲେ ନିକିତା।

ଯୁବକ ଏଭଳି ଏକ ଦୁଃଶାହସିକ କାମ ଏହାପୂର୍ବରୁ ୨୦୧୮ରେ ମଧ୍ୟ କରିଥିଲେ। ଯୁବତୀଙ୍କୁ ସେତେବେଳେ ଅପହରଣ କରିବାକୁ କିନ୍ତୁ ସେତେବେଳେ ସ୍ଥାନୀୟ ଲୋକ ବୁଝାମଣା କରିନେଇଥିଲେ। ଏହାପରେ ଯୁବତୀଙ୍କ ଭାଇ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ଯାହାପରେ ଅଭିଯୁକ୍ତ ଯୁବକ ଗିରଫ ମଧ୍ୟ ହୋଇଥିଲା।  କିନ୍ତୁ ଏବେ ପ୍ରତିଶୋଧ ପରାୟଣ ଯୁବକ ବହୁତ ବଡ ଏକ ଅପରାଧ କରିଛି। ଯୁବତୀ ଜଣଙ୍କ କଲେଜରୁ ପେପର କ୍ଲିୟର କରି ଫେରିବା ସମୟରେ ହିଁ ଏଭଳି ଏକ ଗମ୍ଭୀର ଅପରାଧ କରିବସିଲା ଯୁବକ। ଯାହା ସୂଚନା ରହିଛି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପ୍ରଥମେ ଗିରଫ କରିଥିବାବେଳେ ପରେ ସାଥି ଅଭିଯୁକ୍ତ ରେହାନକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.