ଆଇପିଏଲ ୨୦୨୦: ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲର ୪୭ ତମ ମୁକାବିଲାରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଦିଲ୍ଲୀ ଏହି ମୁକାବିଲା ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ। କାରଣ ଦଳ ଗତ ୨ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି ।

ଦିଲ୍ଲୀକୁ ପ୍ଲେ ଅଫରେ ପହଁଚିବା ପାଇଁ ୧୬ ପଏଣ୍ଟ ଆବଶ୍ୟକ। ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ୧୬ ଅଙ୍କ ପାଇଲେ ଦିଲ୍ଲୀ ପଏଣ୍ଟ ତାଲିକାର ଶୀର୍ଷରେ ପହଁଚିଯିବ। ଆଇପିଏଲର ରେକର୍ଡ ଉପରେ ନଜର ପକାଇଲେ ଦିଲ୍ଲୀ ଓ ହାଇଦ୍ରାବାଦ ଏବେ ସୁଦ୍ଧା ୧୬ ଥର ସାମ୍ନାସାମ୍ନି ହୋଇଛନ୍ତି। ଏହାମଧ୍ୟରୁ ଦିଲ୍ଲୀ ୬ଟିରେ ବିଜୟ ଲାଭ କରିଥିବା ବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚ୍ ଜିତିଛି।

ସେହିପରି ଆଜିର ମ୍ୟାଚ୍ ହାଇଦ୍ରାବାଦ ପାଇଁ କର ବା ମର ରହିବ। କାରଣ ଦଳ ଏବେ ୧୧ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି। ଏହାସହ ୭ ନମ୍ବର ସ୍ଥାନରେ ରହିଛି। ଦିଲ୍ଲୀ ପାଖରେ ଭଲ ବୋଲର ସହ ଆକ୍ରମଣାତ୍ମକ ବ୍ୟାଟସମ୍ୟାନ୍ ମଧ୍ୟ ରହିଛନ୍ତି। ଦଳ କୌଣସି ଜଣେ ଖେଳାଳିଙ୍କ ଉପରେ ନିର୍ଭର କରୁନାହିଁ। ଆଜିର ମ୍ୟାଚ୍ ଜିତି ଦଳ ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.