ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ମାତା ସୀତା, ଏହି ଫିଲ୍ମରେ ଅଭିନୟ କରିବେ ଦୀପିକା ଚିଖଲିୟା

ଟିଭିର ସୀତା ମାତା ଅର୍ଥାତ୍‌ ଦୀପିକା ଚିଖଲିୟାଙ୍କୁ କିଏ ବା ନ ଜାଣେ। ଲକ୍‌ଡାଉନ୍‌ରେ ରାମାୟଣର ପୁନଃ ପ୍ରସାରଣ ପରଠୁ ଦୀପିକା ଚର୍ଚ୍ଚାରେ ଅଛନ୍ତି। ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଦୀପିକାଙ୍କୁ ଏବେ ବଡ଼ ପରଦାରେ ବି ଦେଖିବାକୁ ମିଳିବ। ଏନେଇ ନିଜେ ଦୀପିକା ଖୁଲାସା କରିଛନ୍ତି।

ଦୀପିକା କହିଛନ୍ତି ସେ ଖୁବ୍‌ଶୀଘ୍ର ବଲିଉଡ୍‌ରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ସେ ‘ଗାଲିବ’ ଫିଲ୍ମରେ ନଜର ଆସିବେ। ଫିଲ୍ମକୁ ନେଇ ଦୀପିକା କହିଛନ୍ତି ‘ନାଁରୁ ଆପଣ ବୁଝିପାରୁଥିବେ ଫିଲ୍ମଟି ଏକ ମୁସଲିମ୍‌ କାହାଣୀ ଉପରେ ଆଧାରିତ। ଏହି ଫିଲ୍ମରେ ସେ ଜଣେ ଆତଙ୍କବାଦୀଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ଲୋକମାନେ ଭାବୁଥିବେ ଯେ ଫିଲ୍ମରେ ମୁଁ ନେଗେଟିଭ୍‌ ଚରିତ୍ର କରୁଛି। କିନ୍ତୁ ଆପଣ ଫିଲ୍ମ ଦେଖିବା ପରେ ଜାଣିବେ ଏହା ସମାଜକୁ ଏକ ଭଲ ସନ୍ଦେଶ ଦେଉଛି।

ତେବେ କେବଳ ଗାଲିବ ନୁହେଁ ଦୀପିକା ‘ଦୀନଦୟାଲ: ଏକ ଯୁଗ ପୁରୁଷ’ରେ ମଧ୍ୟ ଅଭିନୟ କରିବେ। ‘ଗାଲିବ’ ଓ ‘ଦୀନଦୟାଲ: ଏକ ଯୁଗ ପୁରୁଷ’ ଫିଲ୍ମର ରିଲିଜ୍‌ ତାରିଖ ବିଷୟରେ କଥା ହେବା ଅବସରରେ ଦୀପିକା କହିଛନ୍ତି ‘ଉଭୟ ଫିଲ୍ମ ଚଳିତବର୍ଷ ରିଲିଜ ହୋଇପାରିବ ନାହିଁ। ଫିଲ୍ମର ନିର୍ମାତା ଏହାକୁ ବକ୍ସ ଅଫିସ୍‌ରେ ରିଲିଜ୍‌ କରିବାକୁ ଚାହୁଁଛନ୍ତି’। ଏଣୁ ଏହା ଆସନ୍ତାବର୍ଷ ରିଲିଜ୍‌ ହୋଇପାରେ ବୋଲି ଦୀପିକା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.