Below header

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଣିକି ଜମ୍ମୁ-କଶ୍ମୀର ଓ ଲଦାକ୍‌ରେ ଯେ କେହି ଭାରତୀୟ କିଣି ପାରିବେ ଜମି

ଶ୍ରୀନଗର : ଜମିବାଡି ଆଇନରେ କେନ୍ଦ୍ର ସରକାର ଏକ ବିଶେଷ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଯେ କୈାଣସି ଭାରତୀୟ ଚାହିଁଲେ ଜମ୍ମୁ-କଶ୍ମୀର ଓ ଲଦାଖରେ ଜମି କିଣି ପାରିବେ । ଏନେଇ ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ ଏବଂ ସେଠାରେ ବସବାସ କରିପାରିବ କିନ୍ତୁ ଚାଷ ଜମି ବିକ୍ରି କରାଯାଇ ପାରିବ ନାହିଁ ।

jammu-1

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଆଦେଶକୁ ଜାମ୍ମୁ କାଶ୍ମୀର ପୁନର୍ଗଠନ (କେନ୍ଦ୍ରୀୟ ଆଇନଗୁଡ଼ିକର ଅନୁପାଳନ) ତୃତୀୟ ଆଦେଶ- ୨୦୨୦ କୁହାଯିବ। ଏଥି ସହିତ ଏହି ଆଦେଶକୁ ତୁରନ୍ତ ଲାଗୁ କରାଯାଇଛି। ଏହି ନିୟମ ଲାଗୁ ହେଲେ ଜମ୍ମୁ-କଶ୍ମୀରରେ ବ୍ୟବସାୟ ସହ ଶିଳ୍ପ ପ୍ରତିଷ୍ଠା ପାଇଁ ବାଟ ଖୋଲି ପାରିବ ।

ଫଳରେ ସ୍ଥାନୀୟ ଯୁବକଙ୍କ ପାଇଁ ଚାକିରି ଓ ରୋଜଗାର ବ୍ୟବସ୍ଥା ହୋଇ ପାରିବ ବୋଲି ରାଜ୍ୟପାଳ ମନୋଜ ସିହ୍ନା ପ୍ରକାଶ କରିଛନ୍ତି । ଜମ୍ମୁ କଶ୍ମୀର ପୁନର୍ଗଠନ ନିୟମ ଅନୁଯାୟୀ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିଛନ୍ତି । କୌଣସି ଭାରତୀୟ ବର୍ତ୍ତମାନ ଜମ୍ମୁ କାଶ୍ମୀରରେ କାରଖାନା, ଘର କିମ୍ବା ଦୋକାନ ପାଇଁ ଜମି କିଣି ପାରିବେ । ଏଥିପାଇଁ ସ୍ଥାନୀୟ ବାସିନ୍ଦା ପ୍ରମାଣ ଆବଶ୍ୟକ ନାହିଁ ବୋଲି ସରକାର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.