Below header

ସୁପ୍ରିମ୍‌କୋର୍ଟଙ୍କ ଆଦେଶ: ମଣିପୁର DGP କୋର୍ଟରେ ହାଜର ହୁଅନ୍ତୁ, ନିୟନ୍ତ୍ରଣ ବାହାରେ ରାଜ୍ୟ ପୋଲିସର ସ୍ଥିତି

ମଣିପୁର ହିଂସା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ବଡ଼ ଟିପ୍ପଣୀ ଦେଇ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ରାଜ୍ୟ ପୋଲିସର ସ୍ଥିତି ନିୟନ୍ତ୍ରଣ ବାହାରେ।

ମଣିପୁର ହିଂସା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ବଡ଼ ଟିପ୍ପଣୀ ଦେଇ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ରାଜ୍ୟ ପୋଲିସର ସ୍ଥିତି ନିୟନ୍ତ୍ରଣ ବାହାରେ। ମେ ’ରୁ ଜୁଲାଇ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ଠପ୍‌ ହୋଇଯାଇଥିଲା। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ ତାରିଖକୁ ସ୍ଥିର କରିଛନ୍ତି। ଏଥିସହ ମଣିପୁର ଡିଜିପିଙ୍କୁ ବ୍ୟକ୍ତିଗତ ରୂପେ ହାଜର ହୋଇ ପ୍ରଶ୍ନର ଉତ୍ତର ଦେବାକୁ କହିଛନ୍ତି।

ସିବିଆଇକୁ ମାମଲା ହସ୍ତାନ୍ତର ଦାବି ଉପରେ କୋର୍ଟ କହିଛନ୍ତି, ଏଫ୍ଆଇଆର୍ ସୁଦ୍ଧା ପଞ୍ଜୀକୃତ ହୋଇପାରୁ ନ ଥିଲା। ଯଦି ୬୦୦୦ ମଧ୍ୟରୁ ୫୦ଟି ଏଫ୍‌ଆଇଆର୍‌ ସିବିଆଇକୁ ହସ୍ତାନ୍ତର କରାଯାଏ, ତେବେ ଅବଶିଷ୍ଟ ୫୯୫୦ର କ’ଣ ହେବ? ସୁପ୍ରିମକୋର୍ଟ କହିଛନ୍ତି ଯେ ଭାଇରାଲ ଭିଡିଓ ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରିବାରେ ବହୁ ବିଳମ୍ବ ହୋଇଛି। ଏଥିରୁ ଜଣାପଡିଛି ଯେ ମହିଳାଦ୍ୱୟଙ୍କୁ ଉଲଗ୍ନ କରି ବୁଲାଯିବାର ଭିଡିଓ ସାମ୍ନାକୁ ଆସିବା ପରେ ହିଁ ପୋଲିସ ସେମାନଙ୍କ ବୟାନ ରେକର୍ଡ କରିଛି।

ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ, ଆମେ ଏକ ଷ୍ଟାଟସ୍ ରିପୋର୍ଟ ପ୍ରସ୍ତୁତ କରିଛୁ। ଏହା ତଥ୍ୟ ଉପରେ ଆଧାରିତ ରହିଛି, ଭାବନାତ୍ମକ ଯୁକ୍ତି ଉପରେ ନୁହେଁ। ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ତୁରନ୍ତ ଏଫ୍ଆଇଆର୍ ପଞ୍ଜିକରଣ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଥିଲେ, ୨୫୦ ଜଣ ଗିରଫ ହୋଇଛନ୍ତି। ପାଖାପାଖି ୧୨୦୦ ଜଣଙ୍କୁ ଅଟକ ରଖାଯାଇଛି। ମହିଳାଙ୍କୁ ଉଲଗ୍ନ କରି ଯୌନ ନିର୍ଯାତନା ଦେବାର ଭିଡିଓ ମାମଲାରେ ରାଜ୍ୟ ପୋଲିସ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି।

ଏହା ଉପରେ ସିଜେଆଇ କହିଥିଲେ ଯେ ମଣିପୁରରେ ୬୫୦୦ ଏଫ୍‌ଆଇଆର୍‌ ଅଛି, କିନ୍ତୁ ଏଥି ମଧ୍ୟରୁ କେତେକ ଗମ୍ଭୀର ଅପରାଧ ରହିଛି। ଏଥିରେ ଶୀଘ୍ର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଅଛି। ଏହାଦ୍ୱାରା ଲୋକଙ୍କ ବିଶ୍ୱାସ କାୟମ ରହିବ। ଯଦି ସିବିଆଇକୁ ୬୫୦୦ ଏଫ୍‌ଆଇଆର୍‌ ଦିଆଯାଏ, ତେବେ ସିବିଆଇ କାମ କରିପାରିବ ନାହିଁ। ଏହାପରେ ସଲିସିଟର ଜେନେରାଲ କହିଥିଲେ, ଆମକୁ ପ୍ରଥମେ ମାମଲାଗୁଡ଼ିକୁ ବର୍ଗୀକରଣ କରିବାକୁ ହେବ, ଏହାପରେ ସ୍ପଷ୍ଟତା ମିଳିପାରିବ। ଏଥିପାଇଁ କିଛି ସମୟ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.