ମହାରାଷ୍ଟ୍ରରେ ଉଗ୍ର ହେଲା ମରାଠା ସଂରକ୍ଷଣ ଆନ୍ଦୋଳନ, ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘର ଜାଳିଦେଲେ ଆନ୍ଦୋଳନକାରୀ

ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଛି। ଏଠାରେ ବିଡ୍‌ରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣ ପରେ ବିଧାୟକ ପ୍ରକାଶ ସୋଲାଙ୍କେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଛି। ଏଠାରେ ବିଡ୍‌ରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣ ପରେ ବିଧାୟକ ପ୍ରକାଶ ସୋଲାଙ୍କେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବିଧାୟକ କହିଛନ୍ତି, ‘ଯେତେବେଳେ ଆକ୍ରମଣ ହୋଇଥିଲା, ସେତେବେଳେ ମୁଁ ଘର ଭିତରେ ଥିଲି। ସୌଭାଗ୍ୟବଶତଃ, ଆନ୍ଦୋଳନକାରୀଙ୍କ ଆକ୍ରମଣରେ ମୋ ପରିବାରର କୌଣସି ବି ସଦସ୍ୟ କିମ୍ବା କର୍ମଚାରୀ ଆହତ ହୋଇନାହାନ୍ତି’। ସେ କହିଛନ୍ତି ଯେ ନିଆଁ ଲଗାଯିବା କାରଣରୁ ସମ୍ପତ୍ତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସେପଟେ ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ବାସଭବନରେ ହୋଇଥିବା ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ମନୋଜ ଜାରାଙ୍ଗେ ପାଟିଲ (ମରାଠା ମୋର୍ଚ୍ଚାର ସଂଯୋଜକ) ଧ୍ୟାନ ଦେବା ଉଚିତ୍‌ ଯେ ଏହି ବିରୋଧ କି ମୋଡ ନେଉଛି। ଏହା ଭୁଲ ଦିଗରେ ଯାଉଛି। ମୁଖ୍ୟମନ୍ତ୍ରୀ ସିନ୍ଦେ ଆଶ୍ୱସନା ଦେଇଛନ୍ତି ଯେ ଆମେ ମରାଠା ସମ୍ପ୍ରଦାୟକୁ ସ୍ଥାୟୀ ସଂରକ୍ଷଣ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

କହି ରଖୁଛୁ, ବର୍ତ୍ତମାନ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ପ୍ରସଙ୍ଗ ଜୋର୍‌ ଧରିଛି। ବାସ୍ତବରେ, ମରାଠା ସମ୍ପ୍ରଦାୟର ଲୋକମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସେହିଭଳି ସଂରକ୍ଷଣ ମିଳୁ, ଯେଭଳି ପଛୁଆ ବର୍ଗଙ୍କୁ ମିଳିଛି। ସୂଚନାଥାଉ କି, ମରାଠା ସଂରକ୍ଷଣ ଦାବିରେ ମରାଠା ମୋର୍ଚ୍ଚାର ସଂଯୋଜକ ମନୋଜ ଜାରାଙ୍ଗେ ପାଟିଲଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.