ମଙ୍ଗଳ ଗ୍ରହରେ ସମୁଦ୍ର ଥିବାର ମିଳିଲା ପ୍ରମାଣ! ବୈଜ୍ଞାନିକମାନେ ବି ହେଲେ ଆଶ୍ଚର୍ଯ୍ୟ

ଲାଲ ଗ୍ରହରେ ଏକ ବିଶାଳକାୟ ଗର୍ତ୍ତ ନଜର ଆସିଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏଥିରେ ପାଣି ନୁହେଁ ବରଂ ବରଫ ହିଁ ବରଫ ରହିଛି । ବୈଜ୍ଞାନିକମାନେ ଏହାକୁ ଦେଖିବା ପରେ, ତାଙ୍କ ମନରେ ଆଶା ଉତ୍ପନ୍ନ ହୋଇଥିଲା କି ବୋଧହୁଏ ଲାଲ ଗ୍ରହରେ ଜୀବନର ପ୍ରମାଣ ମିଳିଛି ।

ମଙ୍ଗଳ ଗ୍ରହ ରହସ୍ୟରେ ପରିପୂର୍ଣ । ଅନେକ ଥର ଏହି ଗ୍ରହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଯାହା ସମସ୍ତଙ୍କୁ ଚକିତ କରିଦିଏ । ଏହିପରି ଏକ ଫଟୋ ବର୍ତ୍ତମାନ ଟ୍ୱିଟରରେ ଭାଇରାଲ ହେଉଛି । ଯେଉଁଥିରେ ଲାଲ ଗ୍ରହରେ ଏକ ବିଶାଳକାୟ ଗର୍ତ୍ତ ନଜର ଆସିଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏଥିରେ ପାଣି ନୁହେଁ ବରଂ ବରଫ ହିଁ ବରଫ ରହିଛି । ବୈଜ୍ଞାନିକମାନେ ଏହାକୁ ଦେଖିବା ପରେ, ତାଙ୍କ ମନରେ ଆଶା ଉତ୍ପନ୍ନ ହୋଇଥିଲା କି ବୋଧହୁଏ ଲାଲ ଗ୍ରହରେ ଜୀବନର ପ୍ରମାଣ ମିଳିଛି । ତଥ୍ୟ ଅନୁସାରେ ୩.୫ ରୁ ୪.୫ ବିଲିୟନ ବର୍ଷ ପୂର୍ବେ ଏହି ଗ୍ରହରେ ସମୁଦ୍ର ଥାଇପାରେ ବୋଲି କୁହାଯାଉଛି ।

୨୦୦୩ ଜୁନ ମାସରେ ୟୁରୋପିୟ ସ୍ପେସ ଏଜେନ୍ସି ତରଫରୁ ମାର୍ସ ଏକ୍ସପ୍ରେସ ମିଶନ ଲଞ୍ଚ କରାଯାଇ ଥିଲା । ଯାହା ୬ମାସ ପରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା । ପରେ ଏହି ମଶିନରେ ଲାଗିଥିବା ହାଇ ରିଜୋଲ୍ୟୁସନ କ୍ୟାମେରାରେ ଉଠାଯାଇଥିବା କିଛି ଫଟୋ ବୈଜ୍ଞାନିକମାନଙ୍କ ନିକଟକୁ ଆସିଥଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ଫଟୋରେ ଏକ ସୁନ୍ଦର ବିଶାଳକାୟ ଗର୍ତ୍ତ ନଜର ଆସିଥିଲା । ଏହି ସ୍ଥାନକୁ ବୈଜ୍ଞାନିକମାନେ ‘କୋରୋଲେଭ କ୍ରାଟର’ ନାମରେ ନାମିତ କରିଲେ । ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ବିଶ୍ୱାସ କରିବା ଆରମ୍ଭ କରିଥିଲେ ଯେ, ମଙ୍ଗଳ ଗ୍ରହରେ ଜୀବନ ବିକାଶ ପାଇଁ ପୃଥିବୀ ଅପେକ୍ଷା ଅଧିକ ଅନୁକୂଳ ପରିବେଶ ରହିଛି ।
ବାସ୍ତବରେ ‘କୋରୋଲେଭ କ୍ରାଟର’ ମଙ୍ଗଳ ଗ୍ରହର ଉତ୍ତର ଭାଗରେ ଅବସ୍ଥିତ । ଏହା ପ୍ରାୟତଃ ୮୨ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିରହିଛି । ଏହା ଭଲ ଭାବରେ ସଂରକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବରେ ବରଫରେ ଭରି ରହିଛି । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ମଙ୍ଗଳ ଗ୍ରହର କେନ୍ଦ୍ରରେ ପୁରା ବର୍ଷ ପ୍ରାୟ ୧.୮ କିଲୋମିଟର ପର୍ଯ୍ୟନ୍ତ ବରଫ ଜମା ହୋଇରହିଥାଏ । ଏଠାରେ ସବୁବେଳେ ବରଫ ରହିଥାଏ । ଏହା ‘କୋଲ୍ଡ ଟ୍ରାପ’ ଭାବରେ ମଧ୍ୟ ଜଣାଶୁଣା । ଏକ ଆକର୍ଷଣୀୟ ଘଟଣା ହେତୁ ଏଠାରେ ସର୍ବଦା ବରଫ ଜମା ହୋଇଥାଏ ।

‘କୋରୋଲେଭ କ୍ରାଟର’ର ଚଟାଣ ଖୁବ ଗଭୀର, ଯାହା ପ୍ରାୟ ଦୁଇ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ରହିଛି । ‘କୋରୋଲେଭ କ୍ରାଟର’ର ସବୁଠାରୁ ଗଭୀର ଭାଗ, ଯେଉଁଥିରେ ବରଫ ରହିଛି, ତାହା ଏକ ପ୍ରାକୃତିକ ଥଣ୍ଡା ଜାଲ ରୂପରେ କାର୍ଯ୍ୟ କରିଥାଏ । ବରଫ ଉପରେ ଯାଉଥିବା ପବନ ଥଣ୍ଡା ହୋଇଯାଏ । ପରେ ଏହା ଏକ ପରସ୍ତ ହୋଇଯାଏ, ଯାହା ସିଧା ବରଫ ଉପରେ ନଜର ଆସେ । ଏହା ବରଫକୁ ତରଳିବା ପାଇଁ ଦେଇନଥାଏ ।

ଏହି ଥଣ୍ଡା ପବନ ‘କୋରୋଲେଭ କ୍ରାଟର’କୁ ସବୁଦିନ ପାଇଁ ବରଫରେ ପରିପୂର୍ଣ୍ଣ ରଖିଥାଏ । ରୁଷିଆର ମୁଖ୍ୟ ରକେଟ୍ ଇଞ୍ଜିନିୟର ତଥା ମହାକାଶଯାନ ଡିଜାଇନର୍ ସର୍ଗି କୋରୋଲେଭଙ୍କ ନାମରେ ଏହି କ୍ରାଟରର ନାମକରଣ କରାଯାଇଛି । ତାଙ୍କୁ ସୋଭିଏତ୍ ସ୍ପେସ୍ ଟେକ୍ନୋଲୋଜିର ଜନକ ମଧ୍ୟ କୁହାଯାଏ । ତେବେ ଏହି ବରଫର ସମୁଦ୍ରର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହି ସମୁଦ୍ରର ଫଟୋ ଦେଖିବା ପରେ ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.