Below header

ଚୋରି ନିଶାରେ ଚୂର ହୋଇ କଲେକ୍ଟର ଅଫିସରୁ ଚୋରିକଲା ଚୋର

ଏ ଚୋର ମାନଙ୍କ ସାହସକୁ ମାନିବାକୁ ପଡିବ । ମଦ ନିଶା ଠୁ ବେଶି ନିଶା ଏ ଚୋରି ନିଶା । ଚୋରି ନିଶାରେ ଚୂର ହୋଇ ଚୋର ଚୋରିକଲା କଲେକ୍ଟର ଅଫିସରୁ ।

ନବରଙ୍ଗପୁର (କେନ୍ୟୁଜ): ଏ ଚୋର ମାନଙ୍କ ସାହସକୁ ମାନିବାକୁ ପଡିବ । ମଦ ନିଶା ଠୁ ବେଶି ନିଶା ଏ ଚୋରି ନିଶା । ଚୋରି ନିଶାରେ ଚୂର ହୋଇ ଚୋର ଚୋରିକଲା କଲେକ୍ଟର ଅଫିସରୁ । କଲେକ୍ଟର ଅଫିସର କମ୍ପ୍ୟୁଟର ମନିଟର ସିପିୟୁ ଚୋରି କରିନେଲା ଚୋର । ଚୋରି କଲା ତାହା ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଶି ଚୋରି କରିବାକୁ ବି ଭୟ କଲେ ନାହିଁ ଚୋର । ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚୋରି ଅଭିଯୋଗ ।

ଗ୍ରୀଲ ଆଉ ତାଲା ଭାଙ୍ଗି ୪ଟି ମନିଟର ଦୁଇଟି ସିପିୟୁ ସହ ଗୋଟିଏ ପ୍ରିଣ୍ଟର ଚୋରି କରି ନେଇଯାଇଛନ୍ତି ଦୁବୃର୍ତ୍ତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲକ୍ଟରଙ୍କ କକ୍ଷରୁ ଚୋରି ହୋଇଛି । ଗ୍ରୀଲ ଆଉ ତାଲା ଭାଙ୍ଗି କବାଟ ଖୋଲି ଭିତରକୁ ପଶି ଏ ସବୁ କାଣ୍ଡ ଭିଆଇଛନ୍ତି ଚୋର ମାନେ ।

ଆଜି ସକାଳୁ କର୍ମଚାରୀ ମାନେ ଭିତରକୁ ଯିବା ବେଳେ ତାଲା ଭାଙ୍ଗି ତଳେ ପଡିଥିବାର ଦେଖି ତୁରନ୍ତ ନବରଙ୍ଗପୁର ଟାଉନ ଥାନାକୁ ସୂଚନା ଦେଇଥିଲେ । ଟାଉନ ଥାନା କର୍ମଚାରୀ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣା ଯଦି ଘଟି ପାରୁଛି ତେବେ ସାଧାରଣ ଲୋକଙ୍କର ଧନ ଜୀବନ କେତେ ସୁରକ୍ଷିତ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ରାତ୍ରି ଜଗୁଆଳୀ, ପୋଲିସ କର୍ମଚାରୀ ରାତିରେ ନିୟୋଜିତ ଥାଇ ମଧ୍ୟ ଏହି ଚୋରି ହେଇଛି । ଯାହାପରେ ଏ ଖବରକୁ ନେଇ ଏବେ ଜିଲ୍ଲା ବ୍ୟାପି ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.