ତେଲେଙ୍ଗାନା: ନିର୍ବାଚନ ପ୍ରଚାର ବେଳେ ବିଆର୍‌ଏସ୍‌ ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ, ପେଟରେ ଛୁରୀ ଭୁସିଦେଲେ ଅଜଣା ଯୁବକ

ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ ବିଆର୍‌ଏସ୍‌ ସାଂସଦ କୋଠା ପ୍ରଭାକର ରେଡ୍ଡୀଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଜଣେ ଅଜଣା ଯୁବକ ସାଂସଦଙ୍କ ପେଟରେ ଛୁରୀ ଭୁସି ଦେଇଛନ୍ତି।

ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ଏଠାରେ ନିର୍ବାଚନ ପ୍ରଚାର ବେଳେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ସାଂସଦ କୋଠା ପ୍ରଭାକର ରେଡ୍ଡୀଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି। ସୂଚନା ଅନୁସାରେ, ଜଣେ ଅଜଣା ଯୁବକ ସାଂସଦଙ୍କ ପେଟରେ ଛୁରୀ ଭୁସି ଦେଇଛନ୍ତି। ସିଦ୍ଧିପେଟ ଜିଲ୍ଲାର ଦୌଲତାବାଦ ମଣ୍ଡଳ ଅନ୍ତର୍ଗତ ସୁରମ୍‌ପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି।

ଘଟଣା ପରେ କୋଠାଙ୍କୁ ସିକନ୍ଦରାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଥିବା ପୋଲିସ କହିଛି। ତେଲେଙ୍ଗାନାର ମେଡକ ଆସନରୁ କୋଠା ସାଂସଦ ଅଛନ୍ତି। ସେପଟେ ସୋସିଆଲ ମିଡିଆରେ ଆକ୍ରମଣ ସମୟର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସାଂସଦ ନିଜ ପେଟକୁ ଚାପି ଧରିଥିବା ଦେଖିବାକୁ ମିଳୁଛି। ସାଂସଦଙ୍କ ପେଟରେ ଆଘାତ ଯୋଗୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ସେ ନିରାପଦ ଅଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି।

ସିଦ୍ଧିପେଟ ପୋଲିସ କମିଶନର ଏନ୍‌. ଶ୍ୱେତା କହିଛନ୍ତି, ସାଂସଦ କୋଠା ପ୍ରଭାକର ରେଡ୍ଡୀ ସୁରକ୍ଷିତ ଅଛନ୍ତି। ଦୌଲତାବାଦ ମଣ୍ଡଳର ସୁରମ୍‌ପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି। ତାଙ୍କୁ ଗଜୱେଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଆମେ ଘଟଣାର ତଦନ୍ତ କରୁଛୁ।

କହି ରଖୁଛୁ ଯେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.