ଗୁଗଲ ମ୍ୟାପ୍‌ରେ ବଦଳିଲା ଦେଶର ନାମ, ସର୍ଚ୍ଚ କଲେ ତ୍ରିରଙ୍ଗା ସହିତ ଦେଖିବାକୁ ମିଳୁଛି ‘ଭାରତ’

ଗୁଗଲ ମ୍ୟାପ୍‌ର ହିନ୍ଦୀ ଭର୍ସନରେ ଭାରତ ଟାଇପ କରନ୍ତି, ତେବେ ଆପଣଙ୍କୁ ଭାରତ ନକ୍ସା ସହିତ ‘ଭାରତ’ ବୋଲ୍ଡରେ ଲେଖାଥିବାର ଦେଖିବାକୁ ମିଳିଛି । ଏହାଛଡା ଇଂଲିଶ ଭର୍ସନରେ Bharat ଲେଖିଲେ ମଧ୍ୟ ଦେଶର ନକ୍ସା ସହିତ India ଲେଖା ହୋଇଥିବା ଦେଖିବାକୁ ମିଳିଛି ।

ଖୁବଶୀଘ୍ର ଇଣ୍ଡିଆର ନାମ ପରିବର୍ତ୍ତନ ହୋଇ ‘ଭାରତ’ ହେବା ନେଇ ସରକାର ସଂକେତ ଦେଇଛନ୍ତି । ଏହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ସାମ୍ନାକୁ ଆସିଲାଣି । ତେବେ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଦେଶର ନାମ ଭାରତ ହୋଇନାହିଁ କିନ୍ତୁ ଗୁଗଲ ମ୍ୟାପ୍‌ ଇଣ୍ଡିଆ ନାମ ଭାରତ ହୋଇଥିବା ସ୍ୱୀକାର କରିନେଇଛି । ଗୁଗଲ ମ୍ୟାପରେ ସର୍ଚ୍ଚ ବକ୍ସରେ ଭାରତ ନାମ ଟାଇପ କଲେ, ଦକ୍ଷିଣ ଏସିଆରେ ଏକ ଦେଶ ଲେଖା ସହିତ ତ୍ରିରଙ୍ଗା ନଜର ଆସୁଛି ।

ଗୁଗଲ ମ୍ୟାପ୍‌ରେ ଇଣ୍ଡିଆ ଏବଂ ଭାରତ ଦୁଇଟି ଯାକ ଦକ୍ଷିଣ ଏସିଆରେ ଥିବା ଏକ ଦେଶ ଭାବେ ଦେଖିବାକୁ ମିଳିଛି । ଗୁଗଲ ମ୍ୟାପ୍‌ର ହିନ୍ଦୀ ଭର୍ସନରେ ଭାରତ ଟାଇପ କରନ୍ତି, ତେବେ ଆପଣଙ୍କୁ ଭାରତ ନକ୍ସା ସହିତ ‘ଭାରତ’ ବୋଲ୍ଡରେ ଲେଖାଥିବାର ଦେଖିବାକୁ ମିଳିଛି । ଏହାଛଡା ଇଂଲିଶ ଭର୍ସନରେ Bharat ଲେଖିଲେ ମଧ୍ୟ ଦେଶର ନକ୍ସା ସହିତ India ଲେଖା ହୋଇଥିବା ଦେଖିବାକୁ ମିଳିଛି । ଗୁଗଲ୍‌ ମ୍ୟାଚ ଭାରତକୁ ଇଣ୍ଡିଆ ଭାବେ ମଧ୍ୟ ସ୍ୱୀକାର କରୁଛି । ଇଣ୍ଡିଆ ନାମ ଭାରତ ହେବା ଅଫିସିଆଲ ଘୋଷଣା ହେବା ପୂର୍ବରୁ ଗୁଗଲ୍‌ ଏହାକୁ ସ୍ୱୀକାର କରିଛି ।

କେବଳ ଗୁଗଲ ମ୍ୟାପ୍‌ ନୁହେଁ, ଗୁଗଲ ସର୍ଚ୍ଚ, ଗୁଗଲ ଟ୍ରାନ୍ସଲେଟର, ଗୁଗଲ ନ୍ୟୁଜ ଭଳି ଆପ୍‌କୁ ଯାଇ ଭାରତ କିମ୍ବା ଇଣ୍ଡିଆ ଲେଖିଲେ, ଗୋଟିଏ ରେଜଲ୍ଟ ମିଳୁଛି । ତେବେ ଏପର୍ଯ୍ୟନ୍ତ ଗୁଗଲ ତରଫରୁ ଅଫିସିଆଲ ଭାବେ କୌଣସି ଅଫିସିଆଲ ବୟାନ ଆସିନାହିଁ । କିନ୍ତୁ ଖୁବଶୀଘ୍ର ଅଫିସିଆଲ ବୟାନ ଜାରି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.