ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାବାସୀଙ୍କ ସେବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି ନବନିଯୁକ୍ତ ରାଜ୍ୟପାଳ। ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ଵାର ୨୪ ଘଣ୍ଟା ଖୋଲା ରହିବ ବୋଲି ରଘୁବର ଦାସ କହିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ରାଜଭବନରେ ରାଜ୍ୟପାଳ ରଘୁବର ଦାସ। ପୁରୀରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାୟିତ୍ବ ନେବା ପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଓଡ଼ିଶାବାସୀଙ୍କ ସେବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି ନବନିଯୁକ୍ତ ରାଜ୍ୟପାଳ। ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ଵାର ୨୪ ଘଣ୍ଟା ଖୋଲା ରହିବ ବୋଲି ସେ କହିଛନ୍ତି ।

ଆସନ୍ତାକାଲି ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜଭବନ ଅଭିଷେକ ହଲରେ ଶପଥ ଗ୍ରହଣ ଉତ୍ସବ ହେବ। କାଲି ଦିନ ୧୧ ଟା ୪୫ରେ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେବେ । ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ । ରଘୁବର ଦାସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ରଘୁବର ଦାସ । ବିଜେପି ଗଠନ ବେଳେ ପ୍ରତିଷ୍ଠାତା ସଦସ୍ୟ ଥିଲେ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.