ଦୁବାଇର ଆବାସିକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ୧୬ ଲୋକ ଜୀବନ୍ତ ଦଗ୍ଧ; ମୃତକଙ୍କ ମଧ୍ୟରେ ୪ ଭାରତୀୟ

ଦୁବାଇର ଏକ ଆବାସିକ ବିଲ୍ଡିଂରେ ଶନିବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ମୋଟ ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ କେରଳର ଏକ ଦମ୍ପତିଙ୍କ ସମେତ ୪ ଭାରତୀୟ ଅଛନ୍ତି। ଦୁବାଇ ଗଣମାଧ୍ୟମ ରବିବାର ଏ ବିଷୟରେ ସୂଚନା ଦେଇଛି।

ଦୁବାଇର ଏକ ଆବାସିକ ବିଲ୍ଡିଂରେ ଶନିବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ମୋଟ ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ କେରଳର ଏକ ଦମ୍ପତିଙ୍କ ସମେତ ୪ ଭାରତୀୟ ଅଛନ୍ତି। ଦୁବାଇ ଗଣମାଧ୍ୟମ ରବିବାର ଏ ବିଷୟରେ ସୂଚନା ଦେଇଛି।

ମିଡିଆ ରିପୋର୍ଟ ମୁତାବକ, ଦୁବାଇର ପୁରୁଣା ଅଞ୍ଚଳ ଅଲ୍‌ ରାସରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗିଥିବା ନେଇ ସିଭିଲ୍ ଡିଫେନ୍ସ ଅପରେସନ୍ ରୁମ୍‌କୁ ଶନିବାର ଦ୍ୱିପ୍ରହର ୧୨ଟା ୩୫ରେ ସୂଚନା ମିଳିଥିଲା। ବିଲ୍ଡିଂର ଚତୁର୍ଥ ମହଲାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଅନ୍ୟାନ୍ୟ ମହଲାକୁ ନିଅାଁ ବ୍ୟାପିଯାଇଥିଲା।

ସିଭିଲ୍ ଡିଫେନ୍ସ ମୁଖ୍ୟାଳୟର ଏକ ଟିମ୍ ପହଞ୍ଚି ବିଲ୍ଡିଂରେ ରହୁଥିବା ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲା। ସ୍ଥାନୀୟ ଦୁଇ ଫାୟାର ଷ୍ଟେସନରୁ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ରିପୋର୍ଟ ମୁତାବକ, ଦ୍ୱିପ୍ରହର ୨ଟା ୪୨ ମିନିଟ୍‌ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା।

ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ କେରଳର ଜଣେ ଦମ୍ପତି ଏବଂ ତାମିଲନାଡୁର ଦୁଇ ଜଣ ପୁରୁଷ ଅଛନ୍ତି। ଏହି ଲୋକମାନେ ବିଲ୍ଡିଂରେ କାମ କରୁଥିଲେ। ସେହିପରି ଏହି ଅଗ୍ନିକାଣ୍ଡରେ ୩ ଜଣ ପାକିସ୍ତାନୀ ଏବଂ ଜଣେ ନାଇଜେରିଆ ମହିଳା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଘଟଣାରେ ଅଧିକାରୀମାନେ ବ୍ୟାପକ ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.