ଯେଉଁଠି ସେଓ କିଲୋ ୪୦୦, କମଳା କିଲୋ ୩୬୦ ଓ ମାଂସ ଦାମ୍‌ ୧୧୦୦ ଟଙ୍କା; ଇଏ ହେଉଛି ପାକିସ୍ତାନ

ପାକିସ୍ତାନରେ ଏହି କିଛି ଦିନ ହେବ ଫଳ ଦର ଆକାଶ ଛୁଆଁ ହେବାରେ ଲାଗିଛି। ମହଙ୍ଗା ଦରକୁ ନେଇ ପାକିସ୍ତାନରେ ଇମରାନ ସରକାର ମଧ୍ୟ ରୋକିବାରେ ଫେଲ ମାରିଛନ୍ତି। ଖାଦ୍ୟ ଓ ପାନୀୟର ଦାମ ଅତ୍ୟଧିକ ବୃଦ୍ଧି ପାଇଛି । ରମଜାନ କାରଣରୁ ଏହାର ଦାମ ଆହୁରି ବଢିବାରେ ଲାଗିଛି। ଏକ ଲିଟର କ୍ଷୀରର ଦାମ ୧୯୦ ଟଙ୍କାରେ ବିକ୍ରି କରାଯାଉଥିଲା। ବର୍ତ୍ତମାନ ସେଓ କିଲୋ ୪୦୦ ଟଙ୍କା, କମଳା ୩୬୦ ଟଙ୍କା ଏବଂ କଦଳୀ ଡଜନ୍‌ ୧୫୦ ଟଙ୍କାରେ ବିକ୍ରି ହେଉଛି।

ମାଂସ ଦର ପାକିସ୍ତାନରେ କିଲୋ ପ୍ରତି ୧୧୦୦ ଟଙ୍କାରେ ବିକ୍ରି କରାଯାଉଛି। ରମଜାନ ମାସରେ ଖାଦ୍ୟ-ପାନୀୟର ମୂଲ୍ୟ ଅଧିକ ବଢିବା ନେଇ ଲୋକମାନେ ଚିନ୍ତାରେ ରହିଛନ୍ତି। ମାର୍ଚ୍ଚ ମାସ ତୁଳନାରେ ମେ ମାସରେ ପିଆଜର ଦର ୪୦ ପ୍ରତିଶତ, ଟମାଟୋ ୧୯ ପ୍ରତିଶତ ଏବଂ ମୁଗ ଡାଲି ୧୩ ପ୍ରତିଶତ ଅଧିକ ଦାମରେ ବିକ୍ରି କରାଯାଉଛି। ଗୁଡ, ଶାକର, ମାଛ, ମସଲା, ଘିଅ, ଚାଉଳ, ଅଟା, ତେଲ, ଚା, ଗହମ ଆଦିର ମୂଲ୍ୟ ମଧ୍ୟ ୧୦ ପ୍ରତିଶତ ବଢି ଯାଇଛି।

imran khanପାକିସ୍ତାନରେ ମହଙ୍ଗା ଦରକୁ ନେଇ ଲୋକମାନଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି। ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ଏହି ନୀତିକୁ ସେମାନେ ବିରୋଧ କରିଛନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ ସିମେଣ୍ଟ ଏବଂ ଫାର୍ମାସ୍ୟୁଟିକଲ୍ସ ଭଳି ଉଦ୍ୟୋଗର ଉତ୍ପାଦର ମୂଲ୍ୟ ବୃଦ୍ଧି ହେବ। ଏହା ଉପଭୋକ୍ତାଙ୍କ ଉପରେ ଭାରି ପଡିପାରେ।

ଏପଟେ ବେପାରୀମାନଙ୍କର ବଜାର ଉପରୁ ବିଶ୍ବାସ ଉଠିବାରେ ଲାଗିଛି। ପାକିସ୍ତାନୀ ଟଙ୍କାର ମୂଲ୍ୟ ମେ ମାସରେ ୨୯ ପ୍ରତିଶତ ହ୍ରାସ ପାଇଛି । ଏକ ଡଲାରର ମୂଲ୍ୟ ପାକିସ୍ତାନୀ ଟଙ୍କା ହିସାବରେ ପାଖାପାଖି ୧୫୦ଟଙ୍କା ହେବ। ଭାରତରେ ଗୋଟିଏ ଡଲାରର ମୂଲ୍ୟ ପ୍ରାୟ ୭୦ ଟଙ୍କା ରହିଛି । ନେପାଳରେ ୧୧୨ ଟଙ୍କା, ବାଂଲାଦେଶରେ ୮୪ ଟଙ୍କା (ଟାକା) ଏବଂ ଆଫଗାନିସ୍ତାନ ମୁଦ୍ରା ରହିଛି ୭୯।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.