Below header

ମୃତ୍ୟୁ ଦଣ୍ଡ ସମ୍ପର୍କୀତ ଦୟା ପିଟିସନର ତୁରନ୍ତ ନିଷ୍ପତ୍ତି କର : ସୁପ୍ରିମକୋର୍ଟ

ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ଦୟା ସମ୍ପର୍କୀତ ପିଟିସନର ତୁରନ୍ତ ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ ରାଜ୍ୟ ଓ ଅନ୍ୟ ସମାନ ଅଧିକାରୀଙ୍କୁ କହିଛନ୍ତି । କାରଣ ଏହି ନିଷ୍ପତ୍ତିରେ ବିଳମ୍ବ ଦଣ୍ଡର ଉଦ୍ଦେଶ୍ୟକୁ ବିଫଳ କରିଦେଇପାରେ । ଫଳରେ ଦୀର୍ଘ ବିଳମ୍ବର ଫାଇଦା ଦୋଷୀ ଉଠାଇ ମୃତ୍ୟୁ ଦଣ୍ଡକୁ ଆଜୀବନ ଦଣ୍ଡରେ ବଦଳାଇ ଦେଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ନୂଆଦିଲ୍ଲୀ : ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ଦୟା ସମ୍ପର୍କୀତ ପିଟିସନର ତୁରନ୍ତ ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ ରାଜ୍ୟ ଓ ଅନ୍ୟ ସମାନ ଅଧିକାରୀଙ୍କୁ କହିଛନ୍ତି । କାରଣ ଏହି ନିଷ୍ପତ୍ତିରେ ବିଳମ୍ବ ଦଣ୍ଡର ଉଦ୍ଦେଶ୍ୟକୁ ବିଫଳ କରିଦେଇପାରେ । ଫଳରେ ଦୀର୍ଘ ବିଳମ୍ବର ଫାଇଦା ଦୋଷୀ ଉଠାଇ ମୃତ୍ୟୁ ଦଣ୍ଡକୁ ଆଜୀବନ ଦଣ୍ଡରେ ବଦଳାଇ ଦେଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ରେଣୁକା ସିନ୍ଧେ ଓରଫ ରେଣୁକା ବାଇକୁ ମିଳିଥିବା ମୃତ୍ୟୁ ଦଣ୍ଡକୁ ଆଜୀବନରେ ପରିବର୍ତ୍ତନ ହେବାର ଦୃଷ୍ଟାନ୍ତ ଦେଇ କହିଛନ୍ତି । ରେଣୁକା ସିନ୍ଧେ ୧୯୯୦ ରୁ ୧୯୯୬ ଭିତରେ ୧୩ ଶିଶୁଙ୍କୁ ଅପହରଣ ଓ ସେଥିରୁ ୯ ଶିଶୁଙ୍କ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରେଣୁକାକୁ ନିମ୍ନ ଅଦାଲତ ୨୦୦୧ ରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ।

ହାଇକୋର୍ଟରେ ବଦଳିଥିଲା ରାୟ : 

ରେଣୁକାଙ୍କ ମୃତ୍ୟୁ ଦଣ୍ଡକୁ ବମ୍ବେ ହାଇକୋର୍ଟ ୨୦୨୨ ରେ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିଥିଲେ । କୋର୍ଟ ଏଥିପାଇଁ ଦଣ୍ଡରେ ବିଳମ୍ବ ହେବାର କାରଣ ବୋଲି କହିଥିଲେ । ମହାରାଷ୍ଟ ରାଜ୍ୟପାଳ ରେଣୁକାର ଦୟା ପିଟିସନକୁ ୨୦୦୮ରେ ଖାରଜ କରିଦେଇଥିଲେ । ଏହାପରେ ତା’ର ଦୟାପିଟିସନ ରାଷ୍ଟ୍ରପତିଙ୍କ ନିକଟକୁ ଯାଇଥିଲା ।

୨୦୧୪ ରେ ମଧ୍ୟ ଏହା ଖାରଜ ହୋଇଯାଇଥିଲା । ଦୟା ପିଟିସନରେ ବିଳମ୍ବକୁ ନେଇ ହାଇକୋର୍ଟ ରେଣୁକାଙ୍କ ସପକ୍ଷରେ ମତ ଦେଇଥିଲେ । ଫଳରେ ରେଣୁକାଙ୍କ ମୃତ୍ୟୁ ଦଣ୍ଡକୁ ଆଜୀବନରେ ହାଇକୋର୍ଟ ପରିବର୍ତ୍ତନ କରିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯାଇଥିଲା ।

ସୁପ୍ରିମକୋର୍ଟ ମଧ୍ୟ ହସ୍ତକ୍ଷେପ କରିନଥିଲେ :

ସୁପ୍ରିମକୋର୍ଟ ଜଷ୍ଟିସ ଏମ ଆର ଶାହ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ଦୟା ପିଟିସନର ତୁରନ୍ତ ଫସଲା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ଯେପରି ଅଭିଯୁକ୍ତ ବିଳମ୍ବର ଫାଇଦା ନ ନେଇ ପାରନ୍ତି । ଦୟା ପିଟିସନରେ ଅତ୍ୟଧିକ ବିଳମ୍ବ ଯେପରି ମୃତ୍ୟୁ ଦଣ୍ଡର ଉଦ୍ଦେଶ୍ୟକୁ ବିଫଳ ନକରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.