ଗୁଜୁରାଟରେ ମିଗ୍‌-୨୧ ଫାଇଟର ଜେଟ୍‌ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ପାଇଲଟ୍‌

ଗୁଜୁରାଟ : ଇଣ୍ଡିଆନ୍‌ ଏୟାରଫୋର୍ସର ଏକ ମିଗ୍‌-୨୧ ଫାଇଟର ଜେଟ୍‌ ଆଜି ଗୁଜୁରାଟର ଜାମନଗର ଜିଲ୍ଲାର ବେଡ୍‌ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ପାଇଲଟ୍‌ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଜେଟ୍‌ ଟି ରୁଟିନ୍‌ ଏକ୍ସରସାଇଜ୍‌ ମିଶନରେ ଥିଲା ।

ପାଇଲଟ୍‌ ସୁରକ୍ଷିତ ଭାବେ ଉଦ୍ଧାର ପାଇଛନ୍ତି ବୋଲି ନିରାଜ ବଡଗୁଜର ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବା ପାଇଁ ଏକ କୋର୍ଟ ଇନ୍‌କ୍ୱାରୀ କରାଯିବା ନେଇ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି ।

 

 

Leave A Reply

Your email address will not be published.