ବିବାହ ବନ୍ଧନରେ ବାନ୍ଧି ହେଲେ ‘କୁଛ କୁଛ ହୋତା ହୈ’ର ଛୋଟେ ସର୍ଦାର ପରଜାନ ଦସ୍ତୁର

ଶାହରୁଖ ଖାନ ଓ କାଜୋଲଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଲୋକେ ସବୁଠାରୁ ଅଧିକ ପସନ୍ଦ କରିଥିବା ଚରିତ୍ର ହେଉଛି ଛୋଟେ ସର୍ଦାର। ଏହି ଛୋଟେ ସର୍ଦାର ଚରିତ୍ର ନିଭାଇଥିବା ଅଭିନେତା ପରଜାନ ଦସ୍ତୁର ନିଜ ଗାର୍ଲଫ୍ରେଣ୍ଡ ଡେଲନା ଶ୍ରଫଙ୍କୁ ବିବାହ କରିନେଇଛନ୍ତି।

perjan2

ଦୁଇଜଣ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ଏବେ ସେମାନଙ୍କ ଫଟୋ ସୋସିଆଲ ମିଡିଆ ଖୁବ ଭାଇରଲ ହେଉଛି। ଏହା ପୂର୍ବରୁ ଗତବର୍ଷ ଅକ୍ଟୋବରରେ ପରଜାନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଜଣାଇଥିଲେ କି, ସେ ଜାନୁଆରୀ ମାସରେ ବିବାହ କରିବାକୁ ଯାଉଛନ୍ତି। ପରଜାନ ଓ ଡେଲନା ୨୦୧୯ରେ ନିର୍ବନ୍ଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.