ବୋରେଓ୍ଵଲ୍ ଗାତରେ ୫୦ରୁ ଅଧିକ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରୁଛି କୁନି ବାଳକ, ରେସ୍କ୍ୟୁରେ ସାମିଲ ହୋଇଛି ରେସ୍କ୍ୟୁ ରୋବୋଟ୍
ଛତିଶଗଡ଼: ବୋରେଓ୍ଵଲ୍ ଗାତରେ ବାଳକ । ୫୦ରୁ ଅଧିକ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରୁଛି। ତାକୁ ଉଦ୍ଧାର କରିବାକୁ ଚାଲିଛି ରେସ୍କ୍ୟୁ ଅପରେସନ୍। ଅପରେସନ୍ରେ ସାମିଲ ହୋଇଛି ରେସ୍କ୍ୟୁ ରୋବୋଟ୍ । ବୋରେଓ୍ଵଲ୍ରୁ ବାଳକକୁ ଉଦ୍ଧାର କରିବାକୁ ଗୁଜରାଟରୁ ଆସିଛି ରେସ୍କ୍ୟୁ ରୋବୋଟ୍ । ଅପରେସନ୍ ଆରମ୍ଭ ହେବାର ୩୯ ଘଣ୍ଟା ପରେ ରୋବୋଟିକ୍ ଟିମ୍ ସାମିଲ ହୋଇଛି। ଜେସିବିରେ ବୋରେଓ୍ଵଲ ଚାରିପଟେ ଗାତ ଖୋଳାଯାଉଛି। ଛତିଶଗଡ଼ ଚମ୍ପା ଜିଲ୍ଲାର ପିହରିଡ୍ ଗାଁରେ ଅଘଟଣ ଘଟିଛି ।
ରାହୁଲ ସାହୁ ନାମକ ୧୦ ବର୍ଷର ବାଳକ ୫୦ଫୁଟର ଏକ ବୋରେଓ୍ଵଲ ଭିତରେ ଖସି ପଡ଼ିଥିଲା। ଘର ପଛପଟେ ଖେଳୁଥିବା ବେଳେ ଅସାବଧାନତାରୁ ବୋରୱେଲରେ ଖସି ପଡ଼ିଛି। ତାକୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ବୋରୱେଲ ଭିତରକୁ ଖାଦ୍ୟ ଓ ପାନୀୟ ପଠାଯାଇ ରାହୁଲକୁ ଦିଆଯାଇଛି।