Below header

ଆୟୁଷ୍ମାନ ଭାରତ : ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଘୋଷଣା

ନୂଆଦିଲ୍ଳୀ : ୭୨ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନାର ଘୋଷଣା ହୋଇଛି । ସେପ୍ଟେମ୍ବର ୨୫, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜୟନ୍ତୀରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ । ଏହି ଯୋଜନା ଦ୍ୱାରା ଦେଶର ୧୦ କୋଟି ପରିବାର ଉପକୃତ ହେବେ । ପାଖାପାଖି ୫୦ କୋଟି ନାଗରିକଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ।

ଏହି ଅବସରରେ ମୋଦି କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ଏହି ସୁବିଧା ମିଳିବାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଟେକ୍ନୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଟେଷ୍ଟିଙ୍ଗ୍‌ ଆରମ୍ଭ ହୋଇଛି । ଯୋଜନାକୁ ସଫଳ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.