ଆକ୍ରମଣାତ୍ମକ ଅବତାରରେ କଙ୍ଗନା ରଣାୱତ : ରିଲିଜ୍ ହେଲା ମଣିକର୍ଣ୍ଣିକାର ପ୍ରଥମ ପୋଷ୍ଟର

ବଲିଉଡ୍ କୁଇନଙ୍କ ଆକ୍ରମଣାତ୍ମକ ଅବତାର । ସାମ୍ନାକୁ ଆସିଲା କଙ୍ଗନା ରଣାୱତଙ୍କ ବହୁପ୍ରତିକ୍ଷୀତ ସିନେମା ମଣିକର୍ଣ୍ଣିକାର ପ୍ରଥମ ପୋଷ୍ଟର । ସିନେମାର ଏହି ପୋଷ୍ଟରରେ କଙ୍ଗନା ଲୁକ୍ ଖୁବ୍ ଦମଦାର ହୋଇଛି । ଘୋଡାରେ ବସିଥିବା କଙ୍ଗନାଙ୍କ ହାତରେ ଖଣ୍ଡା ଥିବା ପୋଷ୍ଟରରେ ଦେଖିବାକୁ ମିଳିଛି । ଆଉ ଇଂରେଜଙ୍କ ବିରୋଧରେ ଯୁଦ୍ଧ କରୁଥିବା ଝାନ୍ସୀର ରାଣୀ ଲକ୍ଷ୍ମୀବାଇଙ୍କ ପିଠିରେ ଅଛି ତାଙ୍କ ପୁଅ । ଏହି ଅବତାର କଙ୍ଗନାଙ୍କୁ ଖୁବ୍ ମାନୁଛି ମଧ୍ୟ ।

ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନ ଉପରେ ଆଧାରିତ ସିନେମା ମଣିକର୍ଣ୍ଣିକା – ଦ କୁଇନ୍ ଅଫ୍ ଝାନ୍ସୀ । ଯେଉଁଥିରେ ଲିଡ୍ ରୋଲରେ ଅଛନ୍ତି ବଲିଉଡ୍ କୁଇନ୍ କଙ୍ଗନା । ସିନେମାରେ କଙ୍ଗନାଙ୍କ ବ୍ୟତୀତ ଅତୁଲ କୁଲକର୍ଣ୍ଣି, ସୋନୁ ସୁଦ୍ ଏବଂ ଅଙ୍କିତା ଲୋଖଣ୍ଡେ ଅଛନ୍ତି ।

ସିନେମାଟି ୨୫ ଜାନୁଆରୀ ୨୦୧୯ରେ ରିଲିଜ୍ ହେବ । ପୁର୍ବରୁ ସିନେମାକୁ ନେଇ ବିବାଦ ଘେରକୁ ଆସିସାରିଛି । ଇତିହାସକୁ ବିକୃତ କରି ସିନେମାରେ ଦେଖାଯାଇଥିବା ଅଭିଯୋଗ ରହିଛି । ସିନେମାରେ ଏକ ସିନରେ ସୁଟିଂ ସମୟରେ କଙ୍ଗନା ଦୁର୍ଘଟଣାର ଶିକାର ମଧ୍ୟ ହୋଇସାରିଛନ୍ତି । ଖଣ୍ଡା ଚାଳନା ସମୟରେ କଙ୍ଗନାଙ୍କ ମୁଣ୍ଡରେ ବାଜିଥିଲା । ଯାହା ଫଳରେ ମୁଣ୍ଡ ଫାଟି ରକ୍ତ ବାହାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.