ବିଦେଶ ରାସ୍ତାରେ ଧୁମ୍ ମଚାଉଛି ଭାରତରେ ନିର୍ମିତ ଏହି କାର

ଦୁନିଆରେ ଅନେକ ବଡ଼ବଡ଼ କାର କମ୍ପାନୀ ଭାରତକୁ ଏହାର ମେନୁଫେକଚରିଂ ହବ କରିଛନ୍ତି। ଏହି କାରଣରୁ ଆମେରିକାର ସବୁଠାରୁ ବଡ଼ କମ୍ପାନୀ ଫୋର୍ଡ଼, ଫୋକ୍ସୱାଗନ୍ , ହୁଣ୍ଡାଇ ଭାରତରେ ବହୁମାତ୍ରାରେ ଇନଭେଷ୍ଟମେଣ୍ଟ କରୁଛନ୍ତି। ଖାଲି ତାହା ନୁହଁ କିଛି କାର କମ୍ପାନୀ ଗୁଡ଼ିକର କାର ଭାରତରୁ ଅଧିକ ବିଦେଶରେ ବିକ୍ରି ହେଉଛି। ଦେଖିବାକୁ ଗଲେ ଏକ୍ସପୋର୍ଟ ମାମଲାରେ ଫୋର୍ଡ଼ କମ୍ପାନୀ ସବୁଠାରୁ ଆଗରେ ରହିଛି। ଏହି କଥାରୁ ପ୍ରମାଣିତ ହେଲା କି ଭାରତ ର୍ନିର୍ମିତ ଅନେକ କାର କମ୍ପାନୀ ବିଦେଶରେ ଅଧିକ ଜଲୱା ଦେଖାଉଛନ୍ତି। ଆସନ୍ତୁ ଜାଣିବା ସେହି କାର ମାନଙ୍କ ବିଷୟରେ।

ଫୋର୍ଡ଼ ଇକୋସ୍ପୋର୍ଟ୍ସ :

ଭାରତରେ ନିର୍ମିତ ଫୋର୍ଡ଼ ଇଣ୍ଡିଆର କମ୍ପାକ୍ଟ ଇକୋ ସ୍ପୋର୍ଟ୍ସ କାର ସବୁଠାରୁ ଅଧିକ ବିକ୍ରି ହୋଇଥାଏ। ୨୦୧୭-୧୮ମସିହାରେ କମ୍ପାନି ୯୦,୫୯୯ ଇକୋସ୍ପୋର୍ଟ୍ସ ୟୁନିଟ ଏକ୍ସପୋର୍ଟ କରିଛି। ପୁଣି ଏହି ସଂଖ୍ୟ ବର୍ଷକୁ ୧୩ପ୍ରତିଶତ ବଢ଼ିଥାଏ। ୨୦୧୫ ମସିହାରେ ଏହି କାରକୁ କେବଳ ସାଉଥ ଆଫ୍ରିକା, ତାଇବାନ ଏବଂ ଜାପନରେ ଏକ୍ସପୋର୍ଟ କରାଯାଉଥିବା ବେଳେ ୨୦୧୭ ମସିହାରୁ ଆମେରିକାକୁ ଏକ୍ସପୋର୍ଟ କରାଯାଉଛି। କାରର ଇଞ୍ଜିନ ୧.୫ଲିଟର ରହିଥିବା ବେଳେ ମାଇଲେଜ୍ ୨୩ କିମି ପ୍ରତି ଲିଟରରେ(ଡ଼ିଜେଲ) ଏବଂ ୧୭କିମି ପ୍ରତି ଲିଟର(ପେଟ୍ରୋଲ) ରହିଛି।

beat

ଜିଏମ୍ ବିଟ୍ :

ଭାରତରେ ଜେନେରାଲ ମୋଟର୍ସ ସେଲ ୨୦୧୭ମସିହା ପର୍ୟ୍ୟନ୍ତ ବନ୍ଦ ହେବାର ନିଣ୍ଣର୍ୟ ନିଆଯାଇଛି। କିନ୍ତୁ କମ୍ପାନୀ ନିଜର ମେନୁଫେକଚରିଂ ଦେଶ ନୁହଁ ବରଂ ବିଦେଶକୁ ଏକ୍ସପୋର୍ଟ କରିବା ପାଇଁ କରୁଛି। ବିଦେଶକୁ ଏକ୍ସପୋର୍ଟ ହୋଉଥିବା ଭାରତ ପ୍ରସ୍ତୁତ ଭିଏମ୍ ବିଟ୍ କାର ଏହି ଲିଷ୍ଟରେ ସାମିଲ ରହିଛି। ବର୍ଷକ ଅବଧି ସମୟରେ ୮୩,୧୪୦ଟି ବିଟ୍ ବିଦେଶକୁ ଏକ୍ସପୋର୍ଟ କରାଯାଇଥିବା ବେଳେ ୧୭.୫୩ ପ୍ରତିଶତ ବଢ଼ିଥିଲା। ବିଟର ଇଞ୍ଜିନ୍ ୯୩୬ସିସି ରହିଥିବା , ୫୬. ୫ ବିଏଚପି ରହିଥିବା ବେଳେ ୨୫.୪୪ କିଲୋମିଟର ପ୍ରତି ଲିଟର ରହିଛି।

ଫୋକ୍ସୱାଗନ ବେଟା :

ଫୋକ୍ସୱାଗନର ବେଟା ଭାରତ ବଜାରରେ ଏତେତା ସଫଳତା ହାସଲ କରିପାରି ନଥିଲେ ମଧ୍ୟ ବିଦେଶରେ ଏହାର ବହୁତ ଚାହିଦା ରହିଛି। କମ୍ପାନୀ ୨୦୧୭-୧୮ ମସିହା ମଝିଭାଗରେ ପାଖପାଖି ୭୭,୦୦୫ ଯୁନିଟ ଏକ୍ସପୋର୍ଟ କରିଥିଲା। ବର୍ଷକ ଏଥିରେ ମୋଟ ୭.୬୪ ପ୍ରତିଶତ ବଢ଼ିଥାଏ। ଏହି କାରର ଇଞ୍ଜିନ୍ ୧୪୯୮ସିସି ରହିଥିବା ବେଳେ ୦୮.୫ବିଏଚପି ପାୱାର ଏବଂ ୨୧.୫୦ କିଲୋମିଟର ପ୍ରତି ଲିଟର ରହିଛି।

ହୁଣ୍ଡାଇ କ୍ରେଟା :

ହୁଣ୍ଡାଇ କମ୍ପାନୀର ଚର୍ଚ୍ଚିତ ଗାଡ଼ି ଏସୟୁପି କ୍ରେଟାର ଭାରତରୁ ବହୁଳ ମାତ୍ରାରେ ଏକ୍ସପୋର୍ଟ ହୋଇଥାଏ। କମ୍ପାନୀ ନକଟରେ ଏହାର ୫୦,୮୨୦ଟି ଯୁନିଟ ଏକ୍ସପୋର୍ଟ କରିଛି। କ୍ରେଟା କାରର ଇଞ୍ଜିନ୍ ୧୫୮୨ ସିସି ରହିବା ସହ ପାୱର ୧୨୮ପିଏମ୍ ଏବଂ ମାଇଲେଜ୍ ୧୭କିମି ପ୍ରତି ଲିଟର ରହିଛି।