କେରଳ ଛୁଇଁଲା ମୌସୁମୀ, ଓଡ଼ିଶା ପାଇଁ ପାଗ ଅନୁକୂଳ ହୋଇନଥିବା IMD ପକ୍ଷରୁ ସୂଚନା

ଭୁବନେଶ୍ବର(କେନ୍ୟୁଜ୍): କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ନିର୍ଦ୍ଧାରିତ ତାରିଖ ଜୁନ୍ ୧ ଠାରୁ ୩ ଦିନ ଆଗରୁ ପହଞ୍ଚିଲା ମୌସୁମୀ। ସାଧାରଣତଃ ଜୁନ୍ ପହିଲାରେ ମୌସୁମୀ ପହଞ୍ଚିଥାଏ। ଏଥର ମେ ୨୭ରେ ଛୁଇଁବ ବୋଲ ପୂର୍ବାନୁମାନ କରିଥିଲା IMD। ଆରବ ସାଗର ଓ ବଙ୍ଗୋପ ସାଗର ଆଡକୁ ଅଗ୍ରସର ହୋଇଛି ମୌସୁମୀ ବାୟୁ । ତାମିଲନାଡୁ ଦକ୍ଷିଣରେ ମଧ୍ୟ ମୌସୁମୀ ପ୍ରବେଶ କରିଛି ।
ମୌସୁମୀ ବାୟୁ ପ୍ରଭାବରେ କେରଳ ଉପକୂଳରେ ବର୍ଷା ଆରମ୍ଭ ହୋଇଛି। ତେବେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ହୋଇନଥିବା ସୂଚନା ଦେଇଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର । ସାଧାରଣତଃ ଜୁନ ୧୨ରୁ ୧୫ ଭିତରେ ମୌସୁମୀ ଆସିଥାଏ ।