ଭାରତରେ ତିଆରି ହେବ କୋଭିଡ୍‌ ଭ୍ୟାକସିନ୍‌ Sputnik-V ର ୧୦ କୋଟି ଡୋଜ୍‌, ହେଟରୋ ସହ ଡିଲ୍‌ ଫାଇନାଲ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଖୁବ୍‌ଶୀଘ୍ର ଆସିବାକୁ ଯାଉଛି କରୋନା ଭାଇରସ୍‌ ଭ୍ୟାକସିନ୍‌। ଏହି ମାମଲାରେ ଭାରତୀୟଙ୍କ ପାଇଁ ଏକ ଖୁସିଖବର। ଋଷର କରୋନା ଭାଇରସ୍‌ ଭ୍ୟାକସିନ୍‌ ସ୍ଫୁଟନିକ୍‌ ଭି ଭାରତରେ ତିଆରି ହେବ। ଋଷର Russia’s sovereign wealth fund ଓ ଭାରତୀୟ ଔଷଧ କମ୍ପାନୀ ହେଟରୋ ମିଶି ସ୍ଫୁଟନିକ୍‌ ଭି ଭ୍ୟାକସିନ୍‌କୁ ଭାରତରେ ୧୦ କୋଟି ଡୋଜ୍‌ ତିଆରି କରିବେ। ରିପୋର୍ଟ ମୁତାବକ କମ୍ପାନୀ ପ୍ରତିବର୍ଷ ୧୦ କୋଟି ଟୀକାର ଡୋଜ୍‌ ତିଆରି କରିବାକୁ ସହମତି ପ୍ରଦାନ କରିଛି।

ନିକଟରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଜଣାପଡ଼ିଥିଲା ଯେ ସ୍ଫୁଟନିକ୍‌ ଭି ଭ୍ୟାକସିନ୍‌ ୯୫ ପ୍ରତିଶତ ସଫଳ ହୋଇଛି। ଏହାର ଗୋଟିଏ ଡୋଜ୍‌ର ଦାମ୍‌ ୧୦ ଡଲାର ବା ପାଖାପାଖି ୭୫୦ ଟଙ୍କା ରହିବ। ଏହି ଭ୍ୟାକସିନ୍‌ର ସ୍ୱତନ୍ତ୍ରତା ହେଉଛି ଏହାକୁ ଷ୍ଟୋର କରିବା ପାଇଁ ଅତ୍ୟଧିକ ଥଣ୍ଡାର ବି ଆବଶ୍ୟକତା ନାହିଁ।

ସ୍ଫୁଟନିକ୍‌ ଭିର ଟ୍ଵିଟର ଆକାଉଣ୍ଟରେ ଜାରି କରାଯାଇଥିବା ପୋଷ୍ଟ ମୁତାବକ ଭ୍ୟାକ୍‌ସିନ୍‌ର ସମର୍ଥନ ଓ ମାର୍କେଟିଂ କରୁଥିବା ହେଟରୋ ଓ ଋଷୀ ପ୍ରତ୍ୟକ୍ଷ ନିବେଶ କୋଷ(RDIF)ରେ ୨୦୨୧ ଆରମ୍ଭରେ ଭାରତରେ ସ୍ଫୁଟନିକ୍‌ ଭିର ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ପ୍ରକାଶ ଯେ ବର୍ତ୍ତମାନ ସ୍ଫୁଟନିକ୍‌ ଭି ଭ୍ୟାକସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ୟୁଏଇ, ଭେନେଜୁଏଲା, ବେଲାରୁସ ଓ ଅନ୍ୟ ଦେଶରେ ଚାଲିଛି। ଭାରତର ହାଇଦ୍ରାବାଦସ୍ଥିତ ଡା.ରେଡିଜ୍‌ ଲାବ୍ରୋଟୋରୀରେ ଏହାର ଫେଜ୍‌ ୨ ଓ ୩ ଟ୍ରାଏଲ ଚାଲିଛି। ଭାରତରେ ମାର୍ଚ୍ଚ ୨୦୨୧ ଭିତରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହେବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.