Below header

Flipkart Black Friday Sale: ଶସ୍ତା ଦାମରେ ବଢ଼ିଆ ସ୍ମାଟଫୋନ୍ କିଣିବାର ଜବରଦସ୍ତ ମଉକା, ମିଳୁଛି ଜବରଦସ୍ତ ଅଫର

ଫ୍ଲିପକାର୍ଟରେ Black Friday ସେଲ୍ ଆଜି ଠାରୁ ଆରମ୍ଭ ହୋଇସାରିଛି। ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲରେ Xiaomi, Realme, Oppo, Samsung, Apple ସମେତ ଅନେକ ବ୍ରାଣ୍ଡସ ଉପରେ ମୋଟା ରକମର ଡିସକାଉଣ୍ଟ ମିଳିବ। ଏହାଛଡା SBI କ୍ରେଡିଟ୍ କାର୍ଡଧାରକଙ୍କୁ EMI ଟ୍ରାନଜାକସନ୍ ଉପରେ ୫% କ୍ୟାସ୍ ଡିସକାଉଣ୍ଟ ମଧ୍ୟ ମିଳିବ। ଆସନ୍ତୁ ଜାଣିବା ଏହି ସେଲରେ କେଉଁ ସ୍ମାର୍ଟଫୋନ ଉପରେ କେତେ ଟଙ୍କା ରିହାତି ଦିଆଯାଉଛି। ୪୯,୯୯୯ ଟଙ୍କା ଦାମର ଫୋନ Samsung Galaxy S20+କୁ ଫ୍ଲିପକାର୍ଟ ସ୍ମାର୍ଟ ଅପଗ୍ରେଡ ପ୍ଲାନ୍ ସହିତ ୩୫,୪୯୮ ଟଙ୍କାରେ କିଣାଯାଇହେବ। ଏହି ଦାମ୍ ହେଉଛି ଫୋନର 8GB+128GB ଭେରିୟଣ୍ଟ ଅଟେ।

Asus ROG ସ୍ମାର୍ଟଫୋନରେ ଅଫର

Asus ROG Phone 3କୁ ସେଲ ସମୟରେ ୪୬,୯୯୯ ଟଙ୍କାରେ କ୍ରୟ କରିପାରିବେ। ଏହି ଦାମ୍ ଫୋନର 8GB+128GB ଭେରିୟଣ୍ଟର ଦାମ। ଗେମିଙ୍ଗ୍ ସୌକିନ୍ ରଖୁଥିବା ଲୋକଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ଏକଦମ୍ ବେଷ୍ଟ।

iPhone SEରେ ଅଫର୍

iPhone SE (2020) ବେସ୍ ମଡେଲକୁ ଟଙ୍କାରେ କ୍ରୟ କରିପାରିବେ। ଏହି ଦାମ୍ ଫୋନର 64GB ଭେରିୟଣ୍ଟର ଅଟେ। ଫୋନର ଦାମରେ ଡିସକାଉଣ୍ଟ ମଧ୍ୟ ମିଳୁଛି।

smartphonSamsung Galaxy Note 10+ରେ ମିଳୁଛି ଅଫର

ଏହି ସେଲରେ ଆପଣ Samsung Galaxy Note 10+ର 12GB+256GB ଭେରିୟଣ୍ଟର ୫୪,୯୯୯ ଟଙ୍କିଆ ଫୋନକୁ ସ୍ମାର୍ଟ ଅପଗ୍ରେଡ୍ ସହିତ ୩୮,୯୯୮ ଟଙ୍କାରେ କିଣିପାରିବେ। ସେହିପରି, Samsung Galaxy A70sର 6GB+128GB ଭେରିୟଣ୍ଟକୁ ସେଲରେ ୧୭,୯୯୯ ଟଙ୍କା ଏବଂ 8GB+128GB ଭେରିୟଣ୍ଟକୁ ୨୫,୯୯୯ ଟଙ୍କାରେ କିଣିପାରିବେ। ଏହାସହିତ ହିଁ ଆପଣ LG G8Xକୁ ୨୭,୯୯୦ ଟଙ୍କାରେ କିଣିପାରିବେ। ଏହି ଦାମ ଫୋନର 6GB+128GB ଭେରିୟଣ୍ଟର ଅଟେ। ସେହିପରି, Realme X3କୁ ସେଲରେ ୨୨,୯୯୯ ଟଙ୍କା ଏବଂ Realme X3 SuperZoom ଫୋନକୁ ୨୩,୯୯୯ ଟଙ୍କାରେ କ୍ରୟ କରିପାରିବେ। Realme Narzo 20 Proର 6GB+64GB ଭେରିୟଣ୍ଟକୁ ୧୩,୯୯୯ ଟଙ୍କାରେ କିରିପାରିବେ। ବଜେଟ୍ ସ୍ମାର୍ଟଫୋନରେ ଏହା ହେଉଛି ନିଜ ସେଗମେଣ୍ଟର ସବୁଠାରୁ ବେଷ୍ଟ ସ୍ମାର୍ଟଫୋନ ମଧ୍ୟରୁ ଗୋଟିଏ।

Motorolaର ସ୍ମାର୍ଟଫୋନରେ ମିଳୁଛି ବଢ଼ିଆ ଅଫର୍

Moto G9ର 4GB+64GB ଭେରିୟଣ୍ଟ ସ୍ମାର୍ଟଫୋନକୁ ଆପଣ ୯,୯୯୯ ଟଙ୍କାରେ କିଣିପାରିବେ। ଏହାର ଦାମ୍ ମୂଳ ଦାମ୍ ଠାରୁ ୨,୫୦୦ ଟଙ୍କା ଠାରୁ କମ୍ ହୋଇଯାଇଛି। ସେଲ୍ ସମୟରେ ହିଁ Google Pixel 4a ଏବଂ Moto G 5Gକୁ ବି ଲଞ୍ଚ୍ କରାଯିବ। ଏହାର ଦାମକୁ ନେଇ ବର୍ତ୍ତମାନ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.