Below header

ଏହି ଦେଶରେ ଲୋକେ କରିଥାନ୍ତି ଶବ ସହିତ ବିବାହ, ରାଷ୍ଟ୍ରପତିଙ୍କ ଠାରୁ ନେବାକୁ ପଡିଥାଏ ଅନୁମତି

ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ କାନୁନ ରହିଥାଏ। ଏପରି କିଛି ଦେଶ ଅଛି, ଯାହାର ଆଇନ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏହିଭଳି ଏକ ଦେଶ ହେଉଛି ଫ୍ରାନ୍ସ। ଆଜି ଆମେ ଆପଣଙ୍କୁ ଏହି ଦେଶର କିଛି ବିଚିତ୍ର ଆଇନ୍‌ ବିଷୟରେ ଜଣାଇବୁ।

କ୍ଷେତ୍ରଫଳ ଅନୁସାରେ ୟୁରୋପର ବିକଶିତ ଦେଶମାନଙ୍କ ମଧ୍ୟରୁ ଫ୍ରାନ୍ସ ସବୁଠାରୁ ବୃହତ ହୋଇଥିବା ବେଳେ ବିଶ୍ୱରେ ଏହା ୪୩ ନମ୍ବରରେ ରହିଛି। ଏହି ଦେଶର ଲୋକମାନେ ଖାଦ୍ୟକୁ ଖୁବ୍ ସମ୍ମାନ କରିଥାନ୍ତି। ଏହି କାରଣରୁ ଏଠାରେ ହୋଟେଲଗୁଡ଼ିକରେ ବଳକା ରହୁଥିବା ଖାଦ୍ୟକୁ ଫିଙ୍ଗା ଯାଇନଥାଏ। ସେହିପରି ‘ଏପ୍ରିଲ ଫୁଲ୍’ ର ପାଳନ ଫ୍ରାନ୍ସ ସହରରୁ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଏହି ଦେଶର ମହିଳାମାନେ ଅନ୍ୟ ଦେଶର ମହିଳାମାନଙ୍କ ତୁଳନାରେ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି।

france2

ଭାରତରେ ପନିର ର ୧୦ ରୁ ୧୨ ପ୍ରକାରର ଡିସ୍ ତିଆରି ହେଉଥିବା ବେଳେ ଫ୍ରାନ୍ସରେ ପନିରକୁ ନେଇ ର୪୭୦୦ ପ୍ରକାରର ଡିସ୍ ତିଆରି ହୋଇଥାଏ । ତେବେ ୟୁରୋପରେ ଥିବା ମୋଟା ଲୋକଙ୍କ ମଧ୍ୟରୁ ସବୁଠାରୁ ଅଧିକ ଫ୍ରାନ୍ସରେ ଦେଖାଯାଇଥାନ୍ତି। ସେହିପରି ଅନ୍ତରାଷ୍ଟ୍ରୀୟ ଏକକ ପ୍ରଣାଳୀ ଯଥା କିଲୋମିଟର, କିଲୋଗ୍ରାମ ଏବଂ ଲିଟରକୁ ସର୍ବ ପ୍ରଥମେ ଫ୍ରାନ୍ସରେ ମାନ୍ୟତା ମିଳିଥିଲା । ୧୯୪୪ ମସିହାରୁ ଫ୍ରାନ୍ସରେ ବିବାହ ସମୟରେ ଧଳା ପୋଷାକ ପିନ୍ଧିବାର ପରମ୍ପରା ଚାଲି ଆସିଛି। ଇଂଲଣ୍ଡ ପରେ ପୃଥିବୀର ସବୁଠାରୁ ଅଧିକ ଅର୍ଥାତ ୮.୬ ପ୍ରତିଶତ ସ୍ଥାନରେ ଫ୍ରାନ୍ସ ରାଜ କରିଛି।

ଫ୍ରାନ୍ସରେ ଏକ ଅଦ୍ଭୁତ ଆଇନ ମଧ୍ୟ ରହିଛି। ଏହି ଆଇନ ଅନୁଯାୟୀ ଜଣେ ଜୀବିତ ମଣିଷ ଯେ କୌଣସି ମୃତ ପୁରୁଷ କିମ୍ବା ମହିଳା ସହିତ ବିବାହ କରିପାରିବେ। ଏହି ବିବାହ ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ଆଣିବାକୁ ପଡିଥାଏ । ଏହାପରେ ରାଷ୍ଟ୍ରପତି ଏହି ଆଇନକୁ ଦୃଷ୍ଟିରେ ରଖି କିଛି ବିଶେଷ ପରିସ୍ଥିତି ଦ୍ୱାରା ବିବାହର ଅନୁମତି ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.