Below header

ଓଜନ କମ୍ କରିବାକୁ ଚାହୁଁଛନ୍ତି କି ? ଆଜି ହିଁ ନିଜ ଡାଏଟରେ ସାମିଲ କରନ୍ତୁ ଏହିସବୁ ଭାରତୀୟ ଖାଦ୍ୟ

ଆମ ଭାରତରେ ଲୋକମାନେ ପାଟି ସୁଆଦିଆ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ଛଣାଛଣି, ମସଲାଯୁକ୍ତ ଓ ଫାଷ୍ଟ ଫୁଡ ଭଳି ଖାଦ୍ୟ ଅଧିକ ମାତ୍ରାରେ ଖାଇଥାଉ। ଭାତ ଏବଂ ରୁଟି ଭାରତୀୟ ଖାଦ୍ୟର ମୁଖ୍ୟ ହୋଇଥିବା ବେଳେ ଏଥିରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ। ସେହିପରି କିଛି ମସଲା ତରକାରିରେ ମଧ୍ୟ ଫ୍ୟାଟ ଅଂଶ ଥିବାରୁ ଏହା ଖାଇବାରେ କ୍ୟାଲୋରିର ମାତ୍ରା ବଢ଼ିଥାଏ। ଏହି କାରଣରୁ ଡାଏଟରେ ରହୁଥିବା ଲୋକ ନିଜ ଖାଇବାରେ ଭାରତୀୟ ଖାଦ୍ୟ ଖାଇବା ପରିବର୍ତ୍ତେ ଓଟ୍ସ, ୟୋଗୋଟସ୍ ଭଳି େଓ୍ଵଷ୍ଟେନ ଫୁଡକୁ ଖାଇଥାନ୍ତି। କିନ୍ତୁ ଅସଲ ସମସ୍ୟା ଭାରତୀୟ ଖାଦ୍ୟକୁ ତିଆର କରିବା ପ୍ରଣାଳୀରେ ରହିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ଭାରତୀୟ ଖାଦ୍ୟକୁ ମଧ୍ୟ ନିଜ ଡାଏଟରେ ସାମିଲ କରି ପାରିବେ।

weight loss3

କମ୍ ତେଲରେ ରୋଷେଇ କରନ୍ତୁ :

ଭାରତୀୟ ଖାଦ୍ୟରେ ସୋରିଷ ତେଲ, ରିଫାଇନ ତେଲ, ଘିଅ ଆଦିର ବ୍ୟବହାର କରାଯାଇଥାଏ। ଖାଦ୍ୟରେ ମାତ୍ରାଧିକ ତେଲର ବ୍ୟବହାର, ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଖାଦ୍ୟରେ ଅଳ୍ପ ମାତ୍ରାରେ ତେଲ ବ୍ୟବହାର କରି ରୋଷେଇ କରନ୍ତୁ।

ଘରୋଇ ମସଲାର ବ୍ୟବହାର ଲାଭଦାୟକ :

ସେହିପରି ଘରେ ବ୍ୟବହାର କରାଯାଉଥିବା ହଳଦୀ, ଗୋଲ ମରିଚ, ଲବଙ୍ଗ,ଜିରା ଏବଂ ରାଇ ଭଳି ମସଲାକୁ ଖାଦ୍ୟରେ ବ୍ୟବହାର କରନ୍ତୁ। ଏଥିରେ ଔଷଧିୟ ଗୁଣ ରହିଥିବାରୁ ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ। ଏହା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରେସ ରଖିବା ସହିତ ଶରୀରରେ ଥିବା ହାନିକାରକ ତତ୍ତ୍ୱକୁ ବାହାର କରି ଓଜନ କମାଇଥାଏ । ଏହା ସହିତ ଶରୀରର ମେଟାବଲିଜିମ୍କୁ ମଧ୍ୟ ବଢ଼ାଇବାରେ ସହାୟକ ହୋଇଥାଏ।

weight loss2

ପ୍ୟାକେଜ୍‌ ଖାଦ୍ୟର କମ୍ ବ୍ୟବହାର :

ଘରେ ତିଆରି ହେଉଥିବା ଖାଦ୍ୟ ବଜାରରେ ମିଳୁଥିବା ପ୍ୟାକେଜ୍‌ ଖାଦ୍ୟ ତୁଳନାରେ ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ । ପ୍ୟାକେଜ୍‌ ଫୁଡ ଖାଇବା ଦ୍ୱାରା ଶରୀରରେ ଫ୍ୟାଟର ମାତ୍ରା ବଢିଥାଏ।

ରୁଟି ତିଆରି କରିବାର ସଠିକ୍ ପ୍ରଣାଳୀ :

ସାଧାରଣତଃ ରୁଟି ଗହମ ଦ୍ୱାରା ପ୍ରସ୍ତୁତ ହୋଇଥାଏ । କିନ୍ତୁ ଗହମରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥିବାରୁ ଗହମ ଅଟାରେ ରୁଟି ପ୍ରସ୍ତୁତ ନକରି ବାଜରା ଓ ଯଅରେ ରୁଟି ପ୍ରସ୍ତୁତ କରି ଖାଇ ପାରିବେ। ଏହା ଦ୍ୱାରା ଶରୀରକୁ ପ୍ରୋଟିନ, କ୍ୟାଲସିୟମ ଓ ଆଇରନ ଇତ୍ୟାଦି ମିଳିଥାଏ।

ଖାଦ୍ୟରେ ସାମିଲ କରନ୍ତୁ ଭେରାଇଟି :

ଆପଣଙ୍କ ଡାଏଟରେ ଏକା ପ୍ରକାରର ବୋରିଙ୍ଗ ଖାଦ୍ୟ ନଖାଇ ଅନ୍ୟ ସବୁ ଭେରାଇଟି ସାମିଲ କରି ପାରିବେ। ପୋହା, ଉପମା, ଚିଲା,ଇଡଲି, ସାଗୁର ଖେଚୁଡ଼ି ଆଦି ଭାରତୀୟ ଖାଦ୍ୟ ମଧ୍ୟ ଖାଇ ପାରିବେ। ଏଥିରେ ପୋଷକ ତତ୍ତ୍ୱ ମିଳିବା ସହିତ ଶରୀରର ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.