Below header

ଭିସ୍ତାରା ଏୟାରଲାଇନ୍ସରେ ପାଇଲଟ ଅଭାବ, ୭୦ରୁ ଅଧିକ ଉଡାଣ ରଦ୍ଦ କଲା କମ୍ପାନୀ

କମ୍ପାନୀ ଏପ୍ରିଲ ୧ ତାରିଖ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଉଡାଣ ରଦ୍ଦ କରିଛି । ପାଖାପାଖି ୧୬୦ରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଛି । ତେବେ ଆଜି ବିମାନ ରଦ୍ଦ ସଂଖ୍ୟା ୭୦ରେ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି ।

ଆଜି ଅନେକ ଉଡାଣ ରଦ୍ଦ କରିଛି ଭିସ୍ତାରା ଏୟାରଲାଇନ୍ସ । କମ୍ପାନୀ ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକତା ବିମାନ ଉଡାଣ ରଦ୍ଦ ହୋଇଛି । ଭିସ୍ତାରା ଏୟାରଲାଇନ୍ସ ପାଇଲଟ ଅଭାବ ଯୋଗୁଁ ଏଭଳି କରିଥିବା ଜଣାପଡିଛି । କମ୍ପାନୀ କହିଛି ଯେ, ଯେପର୍ଯ୍ୟନ୍ତ ପାଇଲଟଙ୍କ ସଂଖ୍ୟା ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ କେବଳ ସୀମିତ ବିମାନ ଚଳାଚଳ କରିବ । ଭିସ୍ତାରାର ଏହି ନିଷ୍ପତ୍ତି ପରେ ମୁମ୍ବାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରୁରୁ ଉଡ଼ାଣ ଭରିବାକୁ ଥିବା ୫୦ଟି ବିମାନ ଚଳାଚଳ ରଦ୍ଦ ହୋଇଛି । ତେବେ କମ୍ପାନୀର ଏଭଳି ନିଷ୍ପତ୍ତି ଯୋଗୁଁ ଯାତ୍ରୀମାନେ ସମସ୍ୟା ଭୋଗିପାରନ୍ତି ।

ସୂଚନା ମୁତାବକ, କମ୍ପାନୀ ଏପ୍ରିଲ ୧ ତାରିଖ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଉଡାଣ ରଦ୍ଦ କରିଛି । ପାଖାପାଖି ୧୬୦ରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଛି । ତେବେ ଆଜି ବିମାନ ରଦ୍ଦ ସଂଖ୍ୟା ୭୦ରେ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି ।

ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି । ଆମର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆମେ ସ୍ୱୀକାର କରୁଛୁ, ଏଥିପାଇଁ ଆମେ ଚିନ୍ତିତ ।

ତେବେ ଉଡାଣ ରଦ୍ଦ ଏବଂ ବିଳମ୍ବ ହେବା ଯୋଗୁଁ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଲୋକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ ଏ ନେଇ ଭିସ୍ତାରା ଏୟାରଲାଇନ୍ସ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା ମାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.