ଲଞ୍ଚ ହେବ ଆଇଫୋନର ଶସ୍ତା ମଡେଲ୍‌, ଅପେକ୍ଷାରେ ରହିଛନ୍ତି ୟୁଜର୍ସ

ଲୋକମାନଙ୍କ ମଧ୍ୟରେ ଆଇଫୋନର କ୍ରେଜ୍‌ ଭିନ୍ନ । କିନ୍ତୁ ଏହାର ଦାମ୍‌ ଅଧିକ ଥିବାରୁ କିଛି ଲୋକ ଏହାକୁ ବ୍ୟବହାର କରିପାରି ନଥାନ୍ତି । କିନ୍ତୁ ଲିକ୍‌ ହୋଇଥିବା ତଥ୍ୟ ଅନୁଯାୟୀ କମ୍ପାନୀ ଖୁବଶୀଘ୍ର କମ୍‌ ବଜେଟର ଏକ ଫୋନ ଲଞ୍ଚ କରିପାରେ ।

ଦିନକୁ ଦିନ ଆଇଫୋନର ବ୍ୟବହାର ବଢ଼ିବାରେ ଲାଗିଛି । ଲୋକମାନଙ୍କ ମଧ୍ୟରେ ଆଇଫୋନର କ୍ରେଜ୍‌ ଭିନ୍ନ । କିନ୍ତୁ ଏହାର ଦାମ୍‌ ଅଧିକ ଥିବାରୁ କିଛି ଲୋକ ଏହାକୁ ବ୍ୟବହାର କରିପାରି ନଥାନ୍ତି । କିନ୍ତୁ ଲିକ୍‌ ହୋଇଥିବା ତଥ୍ୟ ଅନୁଯାୟୀ କମ୍ପାନୀ ଖୁବଶୀଘ୍ର କମ୍‌ ବଜେଟର ଏକ ଫୋନ ଲଞ୍ଚ କରିପାରେ । ଯାହା ଆଇଫୋନ ୟୁଜରଙ୍କ ପାଇଁ ବେଷ୍ଟ ହେବ । ବର୍ତ୍ତମାନ ୟୁଜରଙ୍କ ଚର୍ଚ୍ଚାରେ ରହିଛି iPhone SE 4 । ଏହି ଫୋନ୍ ୨୦୨୫ରେ ଲଞ୍ଚ ହେବ ଏବଂ ଲିକ୍ ଅନୁଯାୟୀ ଏହାର ଡିଜାଇନରେ ଅନେକ ପରିବର୍ତ୍ତନ କରାଯିବ । ଇଣ୍ଟରନେଟରେ ଅନେକ ଲିକ୍ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ଆଜି ପର୍ଯ୍ୟନ୍ତ ଏହା ସବୁଠାରୁ ଶସ୍ତା ଆଇଫୋନ୍ ହେବ। ନିକଟରେ ଲଞ୍ଚ ହେବାକୁ ଥିବା ଏହି iPhone SE 4ର କଭରର ଡିଜିଟାଲ୍ ଇମେଜ୍‌ ଗୁଡ଼ିକୁ ଅନଲାଇନରେ ସେୟାର କରାଯାଇଛି । ତେବେ ଏହି ଫୋନ୍ ପୁରୁଣା ମଡେଲଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି କୁହାଯାଉଛି ।

ଲିକ୍ ହୋଇଥିବା କଭର ଫଟୋ ଅନୁଯାୟୀ iPhone SE 4ରେ ଏକ ବଡ଼ ସ୍କ୍ରିନ୍‌ ଆସିପାରେ । ଏହା ଆଇଫୋନ୍ 13 ପରି ହୋଇପାରେ, ଯାହାର ସ୍କ୍ରିନର ଉପର ଭାଗରେ ଏକ ଛୋଟ କଟ୍ ଆଉଟ୍ ଅଛି । ଏହି କଟ-ଆଉଟ୍ ରେ ସେଲଫି କ୍ୟାମେରା ଏବଂ ଫେସ୍ ଆଇଡି ସେନ୍ସର ଇନଷ୍ଟଲ୍‌ ହୋଇଛି । ରିପୋର୍ଟ ଅନୁସାରେ ଏହା ଏପରି ଏକ ମଡେଲ୍ ହେବ ଯେଉଁଥିରେ ହୋମ୍ ବଟନ୍ ନଥିବ ।

ଲିକ୍ ହୋଇଥିବା କଭରକୁ ଦେଖିବା ପରେ ଜଣାପଡ଼ିଛି ଯେ ଏହା ପଛରେ କେବଳ ଗୋଟିଏ କ୍ୟାମେରା ରହିପାରିବ । ଏହି କ୍ୟାମେରା ୪୮MPର ହେବ ଏବଂ ଏଥିରେ ଏଲଇଡି ଫ୍ଲାସ୍ ଏବଂ ମାଇକ୍ରୋଫୋନ୍ ମଧ୍ୟ ରହିବ । ଧ୍ୟାନର ବିଷୟ ହେଉଛି ଏହି କ୍ୟାମେରା ସିଷ୍ଟମ ଆଇଫୋନ୍ XR ସହିତ ସମାନ ।

ଗୁଜବ ଅନୁଯାୟୀ ଆଗାମୀ ଆଇଫୋନ୍ SE 4ରେ ୬.୧ ଇଞ୍ଚ ବଡ଼ OLED ସ୍କ୍ରିନ୍ ଫିଚର୍‌ ଥାଇପାରେ । ଯାହା ଚାଇନାର କମ୍ପାନୀ BOE ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଆପଲ୍ ର ନିଜସ୍ୱ 5G ମୋଡେମ୍ ଚିପ୍ ଏଥିରେ ଥାଇପାରେ । ନୂଆ USB ଟାଇପ୍‌-ସି ଚାର୍ଜିଂ ପୋର୍ଟ ଥାଇପାରେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.