Below header

ଏହି କାରଣରୁ ଚାରି ବର୍ଷ ଭିତରେ ୭୩୦୦୦ରୁ ଅଧିକ କିନ୍ନର ଗିରଫ ହୋଇଛନ୍ତି, ଆରଟିଆଇରେ ଆସିଲା ତଥ୍ୟ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟକୁ ଆରଟିଆଇ ମାଧ୍ୟମରେ ମଗାଯାଇଥିବା ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ବିଗତ ୪ବର୍ଷ ମଧ୍ୟରେ ପାଖା ପାଖି ୭୩,୦୦୦ରୁ ଊର୍ଦ୍ଧ୍ୱ କିନ୍ନରଙ୍କୁ ଟ୍ରେନରେ ଜବରଦସ୍ତ ପଇସା ଆଦାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଏଥିରୁ ଗତ ବର୍ଷ କେବଳ ୨୦,୦୦୦ରୁ ଊର୍ଦ୍ଧ୍ୱ କିନ୍ନରଙ୍କୁ ଗିରଫ ହୋଇଛନ୍ତି ।

ଅଧିକାରୀଙ୍କ କହିବା କଥା ହେଲା, ଯାତ୍ରୀମାନେ ସବୁବେଳେ ଚଳନ୍ତା ଟ୍ରେନରେ କିନ୍ନରମାନଙ୍କ ଦୌରାତ୍ମ୍ୟ ବଢି ଚାଲିଥିବାର ଅଭିଯୋଗ କରି ଅସୁଛନ୍ତି । ଏହା ସହିତ କିନ୍ନରଙ୍କ ଜୋର ଜବରଦସ୍ତ ଟଙ୍କା ଆଦାୟ ଓ ଶାରୀରିକ ଉତ୍ପୀଡ଼ନ ନେଇ ଅତିଷ୍ଠ ହୋଇ ପଡୁଥିବାର ଅଭିଯୋଗ ମଧ୍ୟ ଆସୁଥିଲା । ତେଣୁ ରେଳ ସୁରକ୍ଷା ବଳ ଏହି ଭଳି ଘଟଣାର ଯାଞ୍ଚ କରିବା ପାଇଁ ନିୟମିତ ଅଭିଯାନ ଚଳାଇ ଆସୁଛି । ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ କିନ୍ନରଙ୍କୁ ଗିରଫ କରୁଛି ।

ଆରଟିଆଇରେ ପଚରା ଯାଇଥିବା ପ୍ରଶ୍ନର ଜବାବରେ ରେଳ ମନ୍ତ୍ରାଳୟ କହିଥିଲା ୨୦୧୫ରୁ ଚଳିତ ବର୍ଷ ଜାନୁଆରୀ ମାସ ଭିତରେ ଯାତ୍ରୀମାନଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ୭୩,୮୩୭ କିନ୍ନରଙ୍କୁ ଗିରଫ କରାଯାଇଛି ।
ଏଥିରେ କୁହାଯାଇଛି ୨୦୧୫ରେ ୧୩,୫୪୬, ୨୦୧୬ରେ ୧୯,୮୦୦, ୨୦୧୬ରେ ୧୯,୮୦୦, ୨୦୧୭ରେ ୧୮,୫୨୬, ୨୦୧୮ରେ ୨୦,୫୬୬ ଜଣ ଗିରଫ ହୋଇଥିଲେ । ଏହି ବର୍ଷ ଜାନୁଆରୀରେ ୧,୩୯୯ ଜଣ କିନ୍ନର ଗିରଫ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.